ପ୍ରତି ଏପିସୋଡ୍‌ ପିଛା ଏତିକି ଟଙ୍କା ନେବେ କପିଲ୍‌ ଶର୍ମା

କପିଲ ଶର୍ମା ଶୋ’ର ପ୍ରଶଂସକମାନେ ଦେଶର କୋଣ ଅନୁକୋଣରେ ଅଛନ୍ତି। କମେଡିଆନ୍‌ କପିଲ ଶର୍ମା ମଧ୍ୟ ତାଙ୍କର କଠିନ ପରିଶ୍ରମ ସହିତ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପ୍ରଶଂସକମାନେ ଦୀର୍ଘ ସମୟ ଧରି କମେଡି ଶୋ ’ଦ କପିଲ ଶର୍ମା ଶୋ’କୁ ଅପେକ୍ଷା କରିଥିଲେ, ଏବେ ସେମାନଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ଏଥର ଏକ ନୂଆ ଫର୍ମାଟ ଏବଂ ଏକ ନୂଆ ଦଳ ସହିତ ଏହି ଶୋ’ ଲଞ୍ଚ୍‌ ହେବାକୁ ଯାଉଛି। କିନ୍ତୁ ଏହି ସିଜିନ୍‌ ପାଇଁ କପିଲ ଶର୍ମା ତାଙ୍କ ଫିସ ବହୁତ ବୃଦ୍ଧି କରିଛନ୍ତି। ଏଥର କପିଲ ପ୍ରତି ଏପିସୋଡ ପିଛା ୫୦ ଲକ୍ଷ ଟଙ୍କା ନେବେ। ପୂର୍ବରୁ ସେ ଗୋଟିଏ ଏପିସୋଡ ପାଇଁ ୩୦ ଲକ୍ଷ ଟଙ୍କା ନେଉଥିଲେ।
ଦି କପିଲ ଶର୍ମା ଶୋ’ର ଖୁବଶୀଘ୍ର ପ୍ରସାରିତ ହେବା ଖବର ଆସିବା ପରଠାରୁ ଦର୍ଶକଙ୍କ ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି। ଏହି ଶୋ ଜୁଲାଇର ଶେଷ ସପ୍ତାହରୁ କିମ୍ବା ଜୁଲାଇ ୨୧ରୁ ପ୍ରସାରିତ ହୋଇପାରେ।

Share