Categories: ଜାତୀୟ

ନେତୃତ୍ୱ ଛାଡନ୍ତୁ ଗାନ୍ଧୀ ପରିବାର: କପିଲ ଶିବଲ

ନୂଆଦିଲ୍ଲୀ,୧୫ ।୩: ନିକଟରେ ଅନୁଷ୍ଠିତ ହୋଇଯାଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏଥିରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏବେ ଦେଶରେ ଏହି ଦଳ ପ୍ରାୟତଃ ବିଲିନ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଦଳର କେତେଜଣ ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ପ୍ରତ୍ୟେକ୍ଷ ଭାବେ ପରାଜୟ ପାଇଁ ଗାନ୍ଧୀ ପରିବାରକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଗାନ୍ଧୀ ପରିବାର ପଦ ଛାଡି ଦିଅନ୍ତୁ । ଦଳର ନେତୃତ୍ୱ ଉପରେ ଟାର୍ଗେଟ କରି ସେ କହିଛନ୍ତି କଂଗ୍ରେସର ନେତୃତ୍ୱ ଅନ୍ୟକୁ ଦିଆଯାଉ । ଯଦି ଗାନ୍ଧୀ ପରିବାରକୁ ପରାଜୟର କାରଣ ଜଣାପଡୁନାହିଁ ତେବେ ସେମାନେ କଳ୍ପନା ରାଇଜରେ ବଞ୍ଚିଛନ୍ତି ବୋଲି ଶିବଲ କହିଛନ୍ତି । ନିକଟରେ ସେ ଏକ ଖବରକାଗଜକୁ ଦେଇଥିବା ସାକ୍ଷାତ୍‌କାରରେ ଏହା କହିଛନ୍ତି ।

Share