Categories: ଜାତୀୟ

କଂଗ୍ରେସକୁ ନୋଟିସ୍ ଯିବା ପରେ ନିର୍ବାଚନ ଆୟୋଗ ଉପରେ ବର୍ଷିଲେ କପିଲ ସିବଲ

ନୂଆଦିଲ୍ଲୀ,୭।୫: କଂଗ୍ରେସ ଓ ଭାଜପା ମଧ୍ୟରେ ନିର୍ବାଚନୀ ପ୍ରସଙ୍ଗ, ହନୁମାନ ଏବଂ କେରଲା ଷ୍ଟୋରି ଇତ୍ୟାଦି ପ୍ରସଙ୍ଗକୁ ନେଇ ବାକ୍‌ଯୁଦ୍ଧ ଚାଲୁ ରହିଛି। ତେବେ ଏହା ମଧ୍ୟରେ ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ନିର୍ବାଚନ ଆୟୋଗ ଉପରେ ବର୍ଷିଛନ୍ତି।
ସେ କହିଛନ୍ତି ଯେ, ଭାଜପା ବିରୋଧରେ ଦୁର୍ନୀତି ଅଭିଯୋଗ ଉପରେ ନିର୍ବାଚନ ଆୟୋଗ କଂଗ୍ରେସକୁ ପ୍ରମାଣ ମାଗୁଛନ୍ତି। କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଆତଙ୍କବାଦୀଙ୍କ ସହ ସନ୍ଧି କରିବାର ଆରୋପ ଲଗାଉଛନ୍ତି ସେତେବେଳେ ଭାଜପାକୁ ନିର୍ବାଚନ ଆୟୋଗ ପ୍ରମାଣ ମାଗିବାକୁ ସାହସ କରୁ ନାହାନ୍ତି।

ସୂଚନାଯୋଗ୍ୟ, କର୍ନାଟକ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଭାଜପା ବିରୋଧରେ ଭ୍ରଷ୍ଟାଚାରକୁ ନେଇ ଅଭିଯୋଗ ଆଣିଥିଲା। ଏ ସମ୍ପର୍କରେ କଂଗ୍ରେସ ଖବରକାଗଜ ମାଧ୍ୟମରେ ଦୁର୍ନୀତି ରେଡ କାର୍ଡ ନାମକ ବିଜ୍ଞାପନ ଜାରି କରିଥିଲା। ଏହି ବିଜ୍ଞାପନ ବିରୋଧରେ ଭାଜପା ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଥିଲା। ଅଭିଯୋଗ ପରେ ନିର୍ବାଚନ ଆୟୋଗ କଂଗ୍ରେସକୁ ଏକ ନୋଟିସ ଜାରି କରିଥିଲେ। କଂଗ୍ରେସ ବିଜ୍ଞାପନ ଦ୍ୱାରା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛି ବୋଲି ନୋଟିସରେ ଦର୍ଶା ଯାଇଥିଲା। ରବିବାର ସା ସୁଦ୍ଧା ଏହାର ଉତ୍ତର ରଖିବାକୁ କୁହାଯାଇଛି।

Share