Categories: ଜାତୀୟ

ଗିରିରାଜଙ୍କ ଉପରେ ବର୍ଷିଲେ କପିଲ ସିବଲ, କହିଲେ ‘ଗୋଡସେଙ୍କ ପରି ନିର୍ଭୟାର ହତ୍ୟାକାରୀ ମଧ୍ୟ ଭାରତ ମାଆର ପୁଅ’

ଗିରିରାଜଙ୍କ ଉପରେ ବର୍ଷିଲେ କପିଳ ସିବଲ, କହିଲେ ‘ଗୋଡସେଙ୍କ ପରି ନିର୍ଭୟାର ହତ୍ୟାକାରୀ ମଧ୍ୟ ଭାରତ ମାଆର ପୁଅ’
ନୂଆଦିଲ୍ଲୀ,୧୦।୬: ମୋଗଲ ସମ୍ରାଟ ଔରଙ୍ଗଜେବ ଏବଂ ବାବରଙ୍କୁ ନେଇ ଜାତୀୟ ରାଜନୀତି ସରଗରମ ଥିବାବେଳେ କେନ୍ଦ୍ର ମନ୍ତ୍ରୀ ଗିରିରାଜଙ୍କ ବୟାନ ଏହାକୁ ବିବାଦ ଘେରକୁ ଟାଣି ଆଣିଛି। ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ନାଥୁରାମ ଗୋଡସେଙ୍କୁ ‘ଭାରତ ମାଆର ପୁଅ’ କହିବା ବୟାନରେ ଜାତୀୟ ରାଜନୀତି ଜୋର ଧରିଛି। ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଏହାକୁ ନେଇ ଗିରିରାଜଙ୍କ ଉପରେ ବର୍ଷିଛନ୍ତି।

ଏନେଇ ସିବଲ କହିଛନ୍ତି, ଗିରିରାଜଙ୍କ ବିବୃତ୍ତିରେ ସରକାରଙ୍କ ଉଦ୍ଦେଶ୍ୟ ଜଳ ଜଳ ଦେଖାଯାଉଛି। ଆରଏସ୍‌ଏସ୍‌ ସ୍ବାଧୀନତା ସଂଗ୍ରାମରେରେ ଅର୍ନ୍ତଭୁକ୍ତ ନ ଥିଲା। ଆରଏସଏସର ଚିନ୍ତାଧାରା ଭାଜପାର ବିଚାରଧାରାକୁ ସ୍ପଷ୍ଟ ଦର୍ଶାଉଛି। ଏହାକୁ ସରକାର ସମାଲୋଚନା କରିବା ଉଚିତ୍‌ କିନ୍ତୁ ସରକାର ଏହାକୁ ସମର୍ଥନ କରି ଚୁପ୍‌ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ ସମାଲୋଚନା କରିଛନ୍ତି।

ଗିରିରାଜଙ୍କ କହିବା ଅନୁଯାୟୀ ଯଦି ଗୋଡସେ ଭାରତ ମାଆର ପୁଅ ଅଟନ୍ତି, ତେବେ ଦେଶର ସମସ୍ତ ହତ୍ୟାକାରୀ ଭାରତର ମାଆର ପୁଅ ଭାବେ ଗଣାଯିବ। ଏପରିକି ନିର୍ଭୟର ହତ୍ୟାକାରୀ ମଧ୍ୟ ଭାରତ ମାଆର ପୁଅ। ଗୋଟିଏ ପଟେ ମୋଦିଜୀ ଗାନ୍ଧୀଜୀଙ୍କ ପଥ ଅନୁସରଣ କରୁଥିବା କହୁଥିବାବେଳେ ତାଙ୍କ ମନ୍ତ୍ରୀମାନେ ତାଙ୍କ ହତ୍ୟାକାରୀଙ୍କୁ ଭାରତ ମାଆର ପୁଅ ବୋଲି କହୁଛନ୍ତି।

Share