Categories: ଜାତୀୟ

ବ୍ରାଜିଲ ବିଚାରପତିଙ୍କ ସାମ୍ନାରେ ସିଜେଆଇ ଚନ୍ଦ୍ରଚୁଡ଼ ଯାହା କହିଲେ ତାକୁ ଶୁଣି ସ୍ମିତ ହାସ୍ୟ ଦେଲେ କପିଲ ସିବଲ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୭:ସିଜେଆଇ ଡି.ଓ୍ବାି ଚନ୍ଦ୍ରଚୁଡ଼ ଗୁରୁବାର (ଜୁଲାଇ ୧୨) ସୁପ୍ରିମକୋର୍ଟ କ୍ୟାମ୍ପସରେ ମଲ୍ଟି ଫ୍ୟାସିଲିଟି କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ସମାରୋହରେ ବ୍ରାଜିଲର ବିଚାରପତି ଜଷ୍ଟିସ ଆଣ୍ଟୋନିୟୋ ବେଞ୍ଜାମିନ, ଅନ୍ୟ ବିଚାରପତି, ଓକିଲ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
ଇତି ମଧ୍ୟରେ ସିଜେଆଇ ବ୍ରାଜିଲ ବିଚାରପତି ଜଷ୍ଟିସ ଆଣ୍ଟୋନିୟୋ ବେଞ୍ଜାମିନଙ୍କୁ ବରିଷ୍ଠ ଓକିଲ କପିଲ ଶିବଲଙ୍କ ସହ ପରିଚିତ କରାଇଥିଲେ। ଏହି ସମୟରେ ସେ ଶିବଲଙ୍କର ଖୁବ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ଜୁଲାଇରେ ବ୍ରାଜିଲିୟାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାପତି ହେବାକୁ ଯାଉଥିବା ଜଷ୍ଟିସ ଆଣ୍ଟୋନିୟୋ ବେଞ୍ଜାମିନ ଏବେ ଭାରତ ଗସ୍ତରେ ଅଛନ୍ତି।
ଉଦଘାଟନୀ ସମାରୋହ ପରେ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚଡ଼ ବ୍ରାଜିଲର ଜଜ ଜଷ୍ଟିସ ଆଣ୍ଟୋନିଓ ବେଞ୍ଜାମିନଙ୍କୁ କପିଲ ସିବଲଙ୍କ ସହ ପରିଚିତ କରାଇଥିଲେ। କପିଲ ସିବଲଙ୍କୁ ପ୍ରଶଂସା କରି ସେ କହିଛନ୍ତି, ‘ତାଙ୍କୁ ଭେଟନ୍ତୁ, ସେ ହେଉଛନ୍ତି ଶ୍ରୀ କପିଲ ସିବଲ। ସେ ସଂସଦର ସଦସ୍ୟ, ଦେଶର ସମ୍ମାନିତ ଓକିଲ ତଥା ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ମଧ୍ୟ।

Share