Categories: ଜାତୀୟ

ଶାହାଙ୍କୁ ଉପଦେଶ ଦେଲେ କପିଲ ସିବ୍ବଲ

ନୂଆଦିଲ୍ଲୀ,୧୦।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ବିବୃତ୍ତି ଦେବା ପରେ ରାଜ୍ୟ ସଭା ଏମପି କପିଲ ସିବଲ ପ୍ରତିକ୍ରିୟା ଦେଇଛନ୍ତି। ଶାହାଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଅମିତ ଶାହା ଜୀ, ଅଯଥା ଅଭିଯୋଗ କରିବା ପରିବର୍ତ୍ତେ ଆପଣ ଶାସନ ପ୍ରତି ଧ୍ୟାନ ଦେଉନାହାଁନ୍ତି କାହିଁକି। ମଣିପୁର, ହରିୟାଣା, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଆପଣଙ୍କର ସରକାର ଅଛି। ଆଉ ଆପଣ ବହୁତ ଭଲ ଭାବେ ଜାଣିଛନ୍ତି ସେଠାରେ ଆପଣଙ୍କ ସରକାରଙ୍କ ଅବସ୍ଥା କ’ଣ ରହିଛି।
ଦେଶର ଜଣାଶୁଣା ଓକିଲ କପିଲ ସିବଲ ତାଙ୍କ ଟୁଇଟରେ ଆହୁରି କହିଛନ୍ତି ଯେ ଦୁର୍ନୀତି ହେତୁ ଆପଣ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ହାରିଯାଇଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଆପଣ ଖୁବ ଶୀଘ୍ର ମଧ୍ୟପ୍ରଦେଶରେ ଆପଣଙ୍କର ସରକାର ହରାଇବେ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭଲ ଉପଦେଶ ଦେଇ ସେ କହିଛନ୍ତି ଯେ ଧର୍ମ ସହିତ ଖେଳିବା ପରିବର୍ତ୍ତେ ବିକାଶ ଉପରେ ଧ୍ୟାନ ଦେବା ଉଚିତ।

Share