Categories: ଜାତୀୟ

ଲଖିମପୁର ଖେରି ଘଟଣାରୁ ନଜର ହଟାଇବା ପାଇଁ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାକୁ କରାଯାଉଛି ହାଇଲାଇଟ୍‌: ସିବଲ

ନୂଆଦିଲ୍ଲୀ,୧୫ ।୧୦: ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ସେ ଏକ ଟୁଇଟ୍ କରି କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି । ସବିଲ କହିଛନ୍ତି ଲଖିମପୁର ଖେରି ଘଟଣାରୁ ନଜର ହଟାଇବା ପାଇଁ ଶାସକ ଦଳ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାକୁ ହାଇଲାଇଟ୍ କରୁଛନ୍ତି । ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଉତ୍ତର ପ୍ରଦେଶ ଲଖିମପୁର ଖେରିରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡି ମଡାଇ ଦେବାରୁ ୪ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହାଇଥିଲା । ଏପଟେ ମୁମ୍ବାଇରୁ ଗୋଆ ଯାଉଥିବା ଏକ ସିପରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ଥିବା ବଲିଉଡ କଳାକାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଡ୍ରଗ୍ସ ବ୍ୟବହାର କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ହେଲେ ନାର୍କୋଟିକ୍ସ ବ୍ୟୁରୋ ଇନଭେଷ୍ଟିଗେଶନ ଆର୍ଯ୍ୟନ ଡ୍ରଗ୍ସ ରଖିବା ବା ବ୍ୟବହାର କରିବାର କୌଣସି ପ୍ରମାଣ ପାଇ ନ ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ସାଧାରଣ ଜନତାଙ୍କ ନଜରରୁ ସଫଳତାପୂର୍ଣ୍ଣ ଲଖିମପୁର ଖେରି ଘଟଣାକୁ ଏଡାଇ ଦେଇଛନ୍ତି ବୋଲି ସିବଲ ଅଭିଯୋଗ କରିଛନ୍ତି । ଆଉ ଏକ ଟୁଇଟରେ ସିବଲ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ(ଜିଏଚଆଇ) ଭୋକିଲା ତାଲିକାରେ ଭାରତର ସ୍ଥାନ ୧୦୧ ଥିବା ଦର୍ଶାଇ କହିଛନ୍ତି ମୋଦି ସରକାର ଏହା ଉପରେ ଧ୍ୟାନ ଦିଅନ୍ତୁ । ଡିଜିଟାଲ ଇଣ୍ଡିଆକୁ ନେଇ ସେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Share