Categories: ଜାତୀୟ

୨୦୨୪ ନିର୍ବାଚନ ମୋଦି ବନାମ ମୋଦି ହେବ: କପିଲ ସିବ୍ବଲ

ନୂଆଦିଲ୍ଲୀ,୩୦।୮: ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଦ ଲାଗି ବିରୋଧୀ ଦଳ କାହାକୁ ବାଛୁଚି ସେଥିରୁ ଫରକ ପଡ଼ିବ ନାହିଁ। ୨୦୨୪ ନିର୍ବାଚନ ‘ମୋଦି ବନାମ ମୋଦି’ ହେବ ବୋଲି ସେ ବୁଧବାର କହିଛନ୍ତି।

କପିଲ ସିବ୍ବଲ ଏକ ରିପୋର୍ଟକୁ ନେଇ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଯେଉଁ କାମ କରିଛନ୍ତି, ଭାରତବାସୀ ତାର ଆକଳନ କରିବେ, ପରେ ଭୋଟ ଦେବେ। ଲୋକେ ସତ୍ୟ କ’ଣ ଜାଣନ୍ତି। ଭାଜପା କେବଳ ବଡ଼ ପ୍ରଚାର କରେ। ସେଥିରୁ ନିଷ୍କର୍ସ କିଛି ବାହାରେନା। ଏଣୁ ମୋଦିଙ୍କ ୧୦ ବର୍ଷର କାର୍ଯ୍ୟ ହିଁ ନିର୍ବାଚନ ଲାଗି ଅସ୍ତ୍ର ହେବ ବୋଲି ସେ କହିଛନ୍ତି।

Share