Posted inଖେଳ

ହକି ପ୍ରତିଯୋଗିତାରେ କପିଳାସ ସରକାରୀ ଉଚ୍ଚ ବିଦ୍ୟାଳୟ ରନର୍ସଅପ୍‌

ଢେଙ୍କାନାଳ ଅଫିସ,୧ା୯: କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୧୬ ଜଣ ଖେଳାଳି ନେହରୁ କପ୍‌ ହକି ପ୍ରତିଯୋଗିତାରେ ରନର୍ସଅଫ୍‌ ହୋଇ ଟ୍ରଫି ସହ ଗୁରୁବାର ଢେଙ୍କାନାଳ ରେଳଷ୍ଟେଶନଠାରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ଜିଲା ହକି ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଉରକେଲା ପାନପୋଷଠାରେ ଅନୁଷ୍ଠିତ ହୋଇଥିବା ହାଇସ୍କୁଲସ୍ତରୀୟ ନେହେରୁ କପ୍‌ ହକି ପ୍ରତିଯୋଗିତା ବାଳିକା ବିଭାଗ ଫାଇନାଲ ମ୍ୟାଚ୍‌ରେ ବିର୍ସା ମୁଣ୍ଡା ହାଇସ୍କୁଲଠାରୁ ହାରି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କପିଳାସ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରନର୍ସଅପ୍‌ ହୋଇଛନ୍ତି। ଢେଙ୍କାନାଳରେ ହକିକୁ ପ୍ରୋତ୍ସାହିତ କରି ଆଗକୁ ବଢାଉଥିବା ବେଳେ ଅଭ୍ୟାସ ପାଇଁ ଢେଙ୍କାନାଳରେ ଏକ ଭଲ ପଡ଼ିଆ ନ ଥିବାରୁ ପାନପୋଷରେ ମ୍ୟାଚ୍‌ ଖେଳିବାବେଳେ ସମସ୍ୟା ଉପୁଜିଥିଲା ବୋଲି ଖେଳାଳିମାନେ କହିଥିଲେ। ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାରେ ଢେଙ୍କାନାଳର ବାଳିକା ଖେଳାଳିମାନେ କୃତିତ୍ୱ ହାସଲ କରିଥିବାରୁ ଢେଙ୍କାନାଳରେ ଏକ ଉନ୍ନତମାନର ହକି ପଡ଼ିଆ ତିଆରି ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଆଇପିଏଲ ନିଲାମରେ ଆୟରଙ୍କୁ କିଣିବ ଏହି ଦଳ

ନୂଆଦିଲ୍ଲୀ,୧୮।୧୧: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୫ ପୂର୍ବରୁ ୬ ଜଣ ଖେଳାଳିଙ୍କୁ ରିଟେନ କରିଛି। କିନ୍ତୁ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଟେନ କରାଯାଇନାହିଁ। ତାଙ୍କୁ...

ଓଡ଼ିଶାରେ ପହଞ୍ଚିଲେ ଚାମ୍ପିୟନ ଟିମ୍‌: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୮ା୧୧: ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି।...

ବୁମ୍‌ରାଙ୍କ ପାଇଁ କାଳ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ବୋଲର୍‌ ଜସପ୍ରିତ ବୁମ୍‌ରା ନିଜର ସ୍ବତନ୍ତ୍ର ବୋଲିଂ ଶୈଳୀକୁ ନେଇ ସାରା ବିଶ୍ୱରେ ପରିଚିତ। ତାଙ୍କ ସାମ୍ନାରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଅଧିକ...

ହକିରେ ଇତିହାସ ରଚିଲା ଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ଶନିବାର ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ...

ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ...

ଟିମ୍‌ ଇଣ୍ଡିଆରେ ଆଉ ନଜର ଆସିବେନି ସୂର୍ଯ୍ୟକୁମାର ଯାଦବ! ମନେ ପକାଇବେ ପ୍ରଶଂସକ, ଏ ହେଉଛି କାରଣ…

ନୂଆଦିଲ୍ଲୀ,୧୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ମରଣୀୟ ପାଲଟିଛି। ଦଳ ୪ ମ୍ୟାଚ୍‌ର ଟି୨୦ ସିରିଜର ୩-୧ରେ ବାଜି ମାରିଛି।...

ମାର୍କ କିଙ୍ଗ୍‌ ୫ ବର୍ଷ ବାସନ୍ଦ

ଶିଫିଲ୍ଡ, ୧୬ା୧୧ (ଏପି): ଇଂଲିଶ ସ୍ନୁକର ଖେଳାଳି ମାର୍କ କିଙ୍ଗ୍‌ଙ୍କୁ ଶୁକ୍ରବାର ୫ ବର୍ଷ ବାସନ୍ଦ କରାଯାଇଛି। ମ୍ୟାଚ ଫିକ୍ସିଂ କରିବା ଓ ଟୁର୍ନାମେଣ୍ଟର ଭିତିରି...

ଆଇପିଏଲ୍‌ ନିଲାମିରେ ୫୭୪ ଖେଳାଳି

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.): ଆଗାମି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ପାଇଁ ଖେଳାଳି ନିଲାମି ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦାହଠାରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri