Categories: ବାଣିଜ୍ୟ

ବଜାରରେ କପିଳାର ନୂଆ ଏଚ୍‌ପିଏଫ୍‌

ଭୁବନେଶ୍ୱର ,୨୭।୧୦ (ଅଭୟ ଦାଶ):ଦେଶର ପ୍ରମୁଖ ପଶୁଦାନା ଉତ୍ପାଦକ କାମଧେନୁ କ୍ୟାଟେଲ ଫିଡ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ କପିଳା ପଶୁ ଆହାରର ନୂତନ ଉତ୍ପାଦ ‘ହାଇ ପ୍ରୋଟିନ୍‌ ଆଣ୍ଡ ଫ୍ୟାଟ୍‌’(ଏଚ୍‌ପିଏଫ୍‌)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ଉକ୍ତ ଉତ୍ପାଦ ପଶୁମାନଙ୍କ ପାଇଁ ବେଶ୍‌ ଉପକାରୀ ହୋଇଥିବାବେଳେ ପ୍ରୋଟିନ୍‌ ୨୫% ଏବଂ ଫ୍ୟାଟ୍‌ ୫%ରୁ ଅଧିକ ଉପଲବ୍ଧ ରହିଛି। ଏ ସମ୍ପର୍କରେ କାମଧେନୁ କ୍ୟାଟେଲ ଫୁଡ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ସୁରେନ୍ଦ୍ର ଶିବହରେ କହିଥିଲେ, ବ୍ରାଣ୍ଡର ଏହା ହେଉଛି ଏକ ପ୍ରିମିୟମ ପଶୁଖାଦ୍ୟ। ଏଥିରେ ଅନେକ ପ୍ରକାର ଉପାଦାନ ଅନ୍ତର୍ଭୁକ୍ତ ରହିଛି, ଯାହା ସବୁ ବର୍ଗର ପଶୁଙ୍କ ପାଇଁ ବେଶ୍‌ ଉପଯୋଗୀ ଓ ଲାଭଦାୟକ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ କମ୍ପାନୀର ପ୍ରମୁଖ ଉତ୍ପାଦ କପିଳା ସୁପର, ଭେଁସ୍‌ ସ୍ପେଶାଲ, ହାଇ ପ୍ରୋ, ସନ୍ତୁଳିତ ଡେଏରି ସ୍ପେଶାଲ ଭଳି ଅନେକ ପ୍ରଡକ୍ଟ ବଜାରରେ ଉପଲବ୍ଧ।

Share