ଗଙ୍ଗ ବଂଶର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଏହି ମନ୍ଦିରକୁ ୧୨୪୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ। ମନ୍ଦିରର ବାମ ପାର୍ଶ୍ୱରେ ପୟମାର୍ତ କୁଣ୍ଡ ଓ ଡାହାଣ ପାର୍ଶ୍ୱରେ ମରୀଚି କୁଣ୍ଡ ରହିଛି। ମହାଦେବଙ୍କ ବ୍ୟତୀତ ଦେବୀ ପାର୍ବତୀ,ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀରାମ ଓ ଗଙ୍ଗା ମାତାଙ୍କ ମନ୍ଦିର ମଧ୍ୟ ମନ୍ଦିର ବେଢା ଭିତରେ ରହିଛି। ମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ପାର୍ଶ୍ୱଦେବତା ଭାବେ ଅବସ୍ଥାପିତ କରାଯାଇଛି । ବାବା ଚନ୍ଦ୍ରଶେଖରଙ୍କ ବ୍ୟତୀତ ଏଠାରେ ବିଶ୍ୱନାଥଙ୍କ ମନ୍ଦିର ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିଶ୍ୱନାଥ ମନ୍ଦିର ଚନ୍ଦ୍ରଶେଖରଙ୍କ ମନ୍ଦିର ଠାରୁ ଆହୁରି ପୁରୁଣା ସେଥିପାଇଁ ଏହାକୁ ବୁଢା ଲିଙ୍ଗ ବୋଲି ମଧ୍ୟ କୁହାଯାଇଥାଏ।