ପୁରୁଷୋତ୍ତମପୁର,୪।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ୱାର୍ଡ ନଂ ୧୨ରେ ଥିବା ଐତିହାସିକ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ଉଚ୍ଛେଦ କରି ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରିବା ଲାଗି ଗତ ୩ ଦିନ ତଳେ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ପ୍ରତିବାଦରେ ଶୁକ୍ରବାର ଗ୍ରାମବାସୀ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ପାଖରେ ଫେରାଦ ହୋଇଛନ୍ତି। ୧୮୮୫ ମସିହାରେ ଗ୍ରାମବାସୀଙ୍କ ବହୁ ପ୍ରଚେଷ୍ଟାରେ ପ୍ରତିଷ୍ଠା ଲାଭ କରିଥିବା ଏହି ବିଦ୍ୟାଳୟକୁ ଯଦି ଉଚ୍ଛେଦ କରାଯାଏ, ତେବେ ଆନ୍ଦୋଳନ ଜୋର ଧରିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ତେବେ ଜିଲାପାଳ ଓ ବିଧାୟିକା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ