ଜୁନ ୪ରେ ଆସିବ କପିଲଙ୍କ ବାୟୋପିକ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ବୋୟୋପିକ ‘୮୩’ ଜୁନ ୪ ତାରିଖରେ ପରଦାକୁ ଆସିବ। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ ଆଦି ଭାଷାରେ ଫିଲ୍ମିଟି ରିଲିଜ ହେବା ନେଇ ରଣବୀର ସିଂହ ସୂଚନା ଦେଇଛନ୍ତି। ୨୦୨୦ ଏପ୍ରିଲ ୧୦ରେ ପିଲ୍ମଟି ରିଲିଜ ହେବାର ଥିଲା। ହେଲେ କରୋନା ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା ଜୁନ ୪ରେ ‘୮୩’କୁ ରିଲିଜ କରିବାକୁ ର୍ନିମାତା ଯୋଜନା ରଖିଛନ୍ତି। ୧୯୮୩ରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ମାଟିରେ ବିଶ୍ୱକପ ବିଜୟୀ ହୋଇଥିଲା। ସେତିକିବେଳେ ଦଳର ଅଧିନାୟକ କପିଲ ଦେବ ରହିଥିଲେ। ସତ୍ୟ କାହାଣୀକୁ ନେଇ ଫିଲ୍ମଟି ର୍ନିମାଣ କରାଯାଉଛି। ରଣବୀର ସିଂହ କପିଲ ଦେବଙ୍କ ଭୂମିକାରେ ନଜର ଆସୁଥିବା ବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ କବିର ଖାନ।

Share