ଏକାଠି ମିଶି କପୁର ପରିବାର ପାଳିଲେ କରଓ୍ବାଚୌଥ

ମୁମ୍ବାଇ: ସାରାଦେଶରେ ବୁଧବାର କରଓ୍ବାଚୌଥ ପାଳିତ ହୋଇଛି। ଏଥିରେ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ନିର୍ଜଳା ବ୍ରତ ରଖିଥାନ୍ତି। ପରେ ରାତିରେ ଜହ୍ନଙ୍କ ପୂଜା କରି ନିଜର ବ୍ରତ ଖୋଲିଥାନ୍ତି। କରୋନା ପାଇଁ ଚଳିତ ବର୍ଷ ଏହି ପୂଜା ଫିକା ପଡ଼ିଥିବା ବେଳେ ଧୁମ୍‌ଧାମ୍‌ରେ ପାଳିତ ହୋଇନାହିଁ। ସମସ୍ତେ ନିଜ ନିଜ ଘରେ ପାଳନ କରିଛନ୍ତି। ତେବେ ଏଥିରୁ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ଏହିକ୍ରମରେ କପୁର ପରିବାର ମଧ୍ୟ ପୁରା ରୀତିନୀତିରେ କରଓ୍ବାଚୌଥ ପୂଜା ପାଳନ କରିଥିବା ଦେଖିବାକୁ ମିଳିଛି। ଅଭିନେତା ରିଷି କପୁରଙ୍କ ଝିଅ ରିଦ୍ଦିମା କପୁର ସାହନି ଏହାର ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଯେଉଁଥିରେ କରୀନା କପୁର ଖାଁ, ରଣଧୀର କପୁର, ନୀତୁ କପୁର, ନତାଶା ନନ୍ଦା, ମନୋଜ ଜୈନ, ରୀମା ଜୈନ, ଅରମାନ ଜୈନ ତାଙ୍କ ପତ୍ନୀ ଅନୀଶା ମଲହୋତ୍ରା, ଆଦର ଜୈନ ଓ ତାଙ୍କ ଗର୍ଲଫ୍ରେଣ୍ଡ ତାରା ସୁତାରିଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଉକ୍ତ ଫଟୋରେ କରୀନାଙ୍କ ବେବି ବମ୍ପ ଦେଖାଯାଉଥିବା ବେଳେ ଆଦର ଓ ତାରା ସୁତାରିଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବେଶ୍‌ କିଛି ସମୟ ଅନ୍ତରାଳରେ କପୁର ପରିବାରଙ୍କୁ ଏକାଠି ଦେଖିବାକୁ ମିଳିଛି।

Share