କପୁର ପରିବାରରେ ଝିଅଙ୍କୁ ନ ଥିଲା ଫିଲ୍ମରେ ଅଭିନୟ ଅନୁମତି: କରିଶ୍ମା ଭାଙ୍ଗିଥିଲେ ପରମ୍ପରା

ମୁମ୍ବାଇ, ୨୫।୬: ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଗୁରୁବାର ୪୬ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୭୪ ଜୁନ୍‌ ୨୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। କପୁର ପରିବାରରେ ଝିଅଙ୍କୁ ଫିଲ୍ମରେ ଅଭିନୟ କରିବା ପାଇଁ ଅନୁମତି ନ ଥିଲା। ତେବେ ଏହି ପରମ୍ପରାକୁ କରିଶ୍ମା କପୁର ଭାଙ୍ଗିଥିଲେ। ୧୯୯୧ରେ ପ୍ରେମ କୈଦୀ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କର ଜିଗର, ଅନାଡ଼ି, କୁଲି ନମ୍ବର ଓ୍ବାନ୍‌, ସାଜନ ଚଲେ ଶଶୁରାଲ୍‌ ଆଦି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ରହିଥିଲା। ୧୯୯୬ରେ ତାଙ୍କର ରାଜା ହିନ୍ଦୁସ୍ତାନୀ ଫିଲ୍ମ ସୁପର ହିଟ୍‌ ରହିଥିଲା। ରିଲ୍‌ ଲାଇଫ୍‌ରେ ସଫଳ ଥିବା କରିଶ୍ମା ରିୟଲ ଲାଇଫ୍‌ରେ ଅସଫଳ ରହିଥିବା ପ୍ରଶଂସକ କହିଥାନ୍ତି। ୨୦୦୩ରେ ସେ ବିଜନେସ୍‌ ମ୍ୟାନ୍‌ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ତେବେ ୨୦୧୬ରେ ଦୁହିଁଙ୍କର ଛାଡ଼ପତ୍ର ହୋଇଯାଇଥିଲା।

Share