ଫଓ୍ବାଦ ଚୌଧୁରିଙ୍କ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ ହିନ୍ଦୁ

ଇସଲାମାବାଦ,୨୨।୭: ଭାରତ ଓ ପାକିସ୍ତାନରକୁ ଏକା ସାଙ୍ଗରେ ସ୍ବାଧିନତା ମିଳିଛି ସତ। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇ ପଡୁଛି କି ଭାରତ ସବୁ କ୍ଷେତ୍ରରେ ପାକିସ୍ତାନଠାରୁ ବହୁ ଆଗରେ ରହିଛି। ନିକଟରେ ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ୟୁଟ୍ୟୁବର ଶୋଏବ ଚୌଧୁରୀ ପାକିସ୍ତାନର ହିନ୍ଦୁ ଯୁବକଙ୍କ ସହ କଥା ହୋଇ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ।
ପାକିସ୍ତାନ ହିନ୍ଦୁ ଯୁବକ ପାକିସ୍ତାନର ଖରାପ ସ୍ଥିତିକୁ ନେଇ ସେଠାକାର ନେତାଙ୍କୁ ଦୋଷ ଦେଇଥିଲେ। ସେ ଫଓ୍ବାଦ ଚୌଧୁରୀଙ୍କ ଜ୍ଞାନକୁ ନେଇ ପ୍ରଶ୍ନ ଉଠାଇବା ସହ କହିଥିଲେ ତାଙ୍କର କୌଣସି ଜ୍ଞାନ ନାହିଁ କିନ୍ତୁ ସେ ଟେକ୍ନୋଲୋଜି ମିନିଷ୍ଟର ହୋଇଯାଇଛନ୍ତି। ଯଦି ଭାରତର ମନ୍ତ୍ରୀଙ୍କ କଥା କୁହାଯାଏ ସେ ଏସ ଜୟଶଙ୍କର ହୁଅନ୍ତୁ, ଅନୁରାଗ ଠାକୁର, ପିୟୁଷ ଗୋୟଲ ଅବା ନିର୍ମଳା ସୀତାରାମଣ ହୁଅନ୍ତୁ ଏ ସମସ୍ତ ମନ୍ତ୍ରୀଙ୍କୁ ସେହି ମନ୍ତ୍ରଣାଳୟ ଦିଆଯାଇଛି ଯାହା ଉପରେ ସେମାନଙ୍କର ଜ୍ଞାନ ଅଛି ଓ ଡିଗ୍ରୀ ବି ରହିଛି।

Share