ପାରିବାରିକ ହିଂସା ମାମଲାରେ କରନଙ୍କୁ ମିଳିଲା ଜାମିନ

ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍‌ରେ କାମ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର କରନ ତାଙ୍କ ପତ୍ନୀ ନିଶା ରାଓ୍ବଲଙ୍କ ସହ ଘରୋଇ ହିଂସା ଘଟାଇଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଗତ କିଛି ଦିନରୁ ଅଭିନେତା କରନ ଓ ନିଶା ରାଓ୍ବଲଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା ନେଇ ଖବର ଆସିଥିଲା। କିନ୍ତୁ ଏହି ଅଭିଯୋଗକୁ ଦୁହେଁ ଖଣ୍ଡନ କରିଥିଲେ। ହେଲେ ସୋମବାର କରନ ନିଶାଙ୍କ ସହ ମାରପିଟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ନିଶା ଗୋରେଗାଓଁ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏହାପରେ ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରି ବୟାନ ରେକର୍ଡ କରିଥିଲା। ତେବେ କିଛି ସମୟ ପରେ କରନଙ୍କୁ ପୋଲିସ ଛାଡ଼ିଦେଇଥିବା ଜଣାପଡ଼ିଛି।

Share