ରବୀନାଙ୍କ ଉପରେ ଏବେ ବି ରାଗିଛନ୍ତି କରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏକ ସାକ୍ଷାତକାରରେ କରଣ ଜୋହରଙ୍କ ଫିଲ୍ମକୁ ସେ କାହିଁକି ନା କହିଥିଲେ ତା’ର କାରଣ କହିଛନ୍ତି। ସେ କହିଛନ୍ତି, ସେତେବେଳେ କାଜଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ତେଣୁ ସେ କାଜଲଙ୍କଠାରୁ ଛୋଟ ଭୂମିକାରେ ଅଭିନୟ କରିବାକୁ ଚାହୁଁ ନ ଥିଲେ। ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମ ୧୯୯୮ରେ ବକ୍ସ ଅଫିସରେ ବେଶ୍‌ ଭଲ କରିଥିଲା। ସେ ଏହା ମଧ୍ୟ କହିଛନ୍ତି, ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ତାଙ୍କ ଉପରେ ଏପର୍ଯ୍ୟନ୍ତ ରାଗି କି ଅଛନ୍ତି।

ରବୀନା କୁହନ୍ତି, କାଜଲ ମୋର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ସେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। ତେଣୁ ମୁଁ ଛୋଟ ଭୂମିକାରେ ଅଭିନୟ କରିବାକୁ ଚାହୁଁ ନ ଥିଲି। ଯେଉଁଥିପାଇଁ କରଣ ଏପର୍ଯ୍ୟନ୍ତ ମୋତେ କ୍ଷମା କରି ନାହାନ୍ତି। ରାଣୀ ମୁଖାର୍ଜୀ ଏହି ଭୂମିକାରେ ଅଭିନୟ କରିଥିଲେ। କାରଣ ସେତେବେଳେ ସେ ନୂଆ ଥିଲେ। ରବୀନା କହିଛନ୍ତି, ମୁଁ ଜଣେ ଅଭିନେତ୍ରୀ ଭାବରେ ମୋର ପ୍ରତିଛବି ସୃଷ୍ଟି କରିବାକୁ ଚାହୁଁଥିଲି। ମୁଁ ୫ ସେକେଣ୍ଡ ୧୦ ସେକେଣ୍ଡ କାମ କରିବାକୁ ଆଜି ବି ଚାହୁଁନାହିଁ। କିଛି ଲୋକ ମୋ’ଗୀତକୁ ବହୁତ ପସନ୍ଦ କରନ୍ତି।

Share