ଆଗାମୀ ଫିଲ୍ମର ନାମ ଘୋଷଣା କଲେ କରଣ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କର ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି। ତେବେ ଏହି ଫିଲ୍ମର ନାମ ହେଉଛି ଗେହରାଇୟାଁ। ଏଥିରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେ ଅଭିନୟ କରିବେ। ଏହି ଫିଲ୍ମକୁ ଶକୁନ ବାତ୍ରା ନିର୍ଦ୍ଦେଶିତ କରିଥିବା ବେଳେ କରଣ ଜୋହର ଏହାକୁ ପ୍ରଯୋଜନା କରିଛନ୍ତି। ଏହା ଆସନ୍ତା ବର୍ଷ ଜାନୁୟାରୀ ୨୫ରେ ଆମାଜନ୍‌ ପ୍ରାଇମ୍‌ରେ ରିଲିଜ୍‌ ହେବାକୁ ଯାଉଛି। ଏଡି ଫିଲ୍ମର ନିର୍ଦ୍ଦେଶକ ଶକୁନ ବାତ୍ରା ତୃତୀୟ ଥର ପାଇଁ ତାଙ୍କ ସହ କାମ କରୁଛନ୍ତି। ଏହା ପୂର୍ବରୁ ସେ ୨୦୧୨ ‘ଏକ୍‌ ମେ ଔର ଏକ୍‌ ତୁ’ ଏବଂ ୨୦୧୬ କପୁର ଆଣ୍ଡ୍‌ ସନ୍ସ ଫିଲ୍ମରେ କରଣଙ୍କ ସହ କାମ କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେଙ୍କ ବ୍ୟତିତ ନାସିରୁଦ୍ଦିନ ଶାହା ଏବଂ ରଜତ କପୁର ମଧ୍ୟ ଅଭିନୟ କରିଛନ୍ତି।

 

Share