କରନ ଜୋହରଙ୍କ ବାର୍ଥ ଡେ’ ପାର୍ଟିରେ ଫୁଟିଲା କରୋନା ବୋମା, ୫୫ ଅତିଥି ପଜିଟିଭ!

ମୁମ୍ବାଇ: ବଲିଉଡର ନାମୀ ଫିଲ୍ମ ନିର୍ମାତା କରନ ଜୋହର ନିକଟରେ ପାଳନ କରିଛନ୍ତି ତାଙ୍କ ଜନ୍ମଦିନ । ହେଲେ ଏବେ ଏହି ଜନ୍ମଦିନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଜନ୍ମଦିନ ପାର୍ଟିରେ କରନ ବଲିଉଡର ପ୍ରାୟ ସମସ୍ତ କଳାକାରଙ୍କୁ ନିମନ୍ତ୍ରଣ କରିଥିବା ବେଳେ ସମସ୍ତେ ମିଶି କରନଙ୍କ ବାର୍ଥ ଡେ’ ପାର୍ଟିର ମଜା ନେଇଥିଲେ । ଏବେ କିନ୍ତୁ ଶୁଣିବାକୁ ମିଳିଛି କି କରନ ଜୋହରଙ୍କ ବାର୍ଥ ଡେ’ ପାର୍ଟିରେ ଯୋଗ ଦେଇଥିବା ଅତିଥିଙ୍କ ମଧ୍ୟରୁ ୫୫ ଜଣ କରୋନା ପଜିଟିଭ । ଭିରଲ ଭୟାନି ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏହା ଶେୟାର କରାଯାଇଥିବା ବେଳେ ଏ ନେଇ କିନ୍ତୁ ଅଫସିଆଲି କିଛି ଘୋଷଣା କରାଯାଇନାହିଁ । କିନ୍ତୁ ଏହି ଖବରକୁ ନେଇ ଭିରଲ ଭୟାନି ପୋଷ୍ଟ ଶେୟାର କରି କ୍ୟାପଶନରେ ସ୍ପଷ୍ଟ କରାଯାଇଛି କି ଫର୍ମାଲ ଷ୍ଟେଟମେଣ୍ଟକୁ ଅପେକ୍ଷା କରାଯାଇଛି । ତେବେ ଏହା ଶୁଣିବା ପରେ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ଅନ୍ୟପଟେ କାର୍ତ୍ତିକ ଆର୍ଯ୍ୟନ ଓ ଆଦିତ୍ୟ ରୟ କପୁର କରୋନା ପଜିଟିଭ ହେବା ପରେ ଆଶଙ୍କା ଆହୁରି ବଢିଯାଉଛି । ଏବେ କାର୍ତ୍ତିକ ଓ ଆଦିତ୍ୟ ନିଜ ନିଜ ଘରେ ହୋମ ଆଇସୋଲେଶନରେ ରହିଛନ୍ତି ।

Share