ରିମେକ୍‌ ଯୋଗୁ ବରବାଦ ହୋଇଛି ବଲିଉଡ୍‌, ନିଜକୁ ଦୋଷୀ ବୋଲି କହିଲେ କରନ୍‌

ବମ୍ବେ: ଦିନ ଥିଲା ବଲିଉଡ୍‌ ସିନେମା ନିଜର ସ୍ବତନ୍ତ୍ରତା ଲାଗି ପରିଚିତି ଲାଭ କରିଥିଲା। ହେଲେ ବିଗତ କିଛି ଦିନରୁ ବଲିଉଡ୍‌ ଦର୍ଶକଙ୍କ ମନ ଜିଣିବାରେ ବିଫଳ ହୋଇଛି। ପରିଣାମସ୍ବରୂପ ରିଲିଜ ହେଉଥିବା ଫିଲ୍ମଗୁଡ଼ିକୁ ଦର୍ଶକେ ପସନ୍ଦ କରୁନାହାନ୍ତି। ଏଣୁ ସିନେମାଜଗତ କ୍ଷତି ସହୁଛି। ଏହାକୁ ନେଇ ନିର୍ମାତା କରନ୍‌ ଜୋହର ବଡ ବୟାନ ଦେଇଛନ୍ତି।

କରନ୍‌ ନିଜକୁ ଏସବୁ ପାଇଁ ଦାୟୀ କହିବା ସହ ବଲିଉଡ୍‌ ବୁଡି ଯିବାର କାରଣ ‘ରିମେକ୍‌’ ବୋଲି କହିଛନ୍ତି। ହିନ୍ଦୀ ସିନେମାର ବଡ ସମସ୍ୟା ହେଉଛି ଯେ ଆମେ କାହାଣୀକୁ ନେଇ ଦୃଢ଼ ବିଶ୍ୱାସ ଏବଂ ଆସ୍ଥା ନାହିଁ। ଆମ ପାଖରେ ସଲିମ ଜାଭେଦଙ୍କ ଭଳି ବ୍ୟକ୍ତିତ୍ୱ ଥିଲେ, ଯିଏ ସିନେମାକୁ ଜୀବନ୍ତ ରୂପ ଦେଉଥିଲେ। ୭୦ ଦଶକ ପର୍ଯ୍ୟନ୍ତ ସେ ଅସଲ କାହାଣୀ ଏବଂ ଚରିତ୍ରକୁ ସମ୍ଭାଳି ଆସୁଥିଲେ। ହେଲେ ୮୦ ଦଶକରୁୁ ଦକ୍ଷିଣ ଭାରତୀୟ ସିନେମାର ରିମେକ୍‌ କରିବା ଆମେ ଆରମ୍ଭ କରିଦେଲୁ। ଏହାଛଡ଼ା ୯୦ ଦଶକରେ ଆମେ ‘ହମ୍‌ ଆପ୍‌କେ ହେଁ କୌନ’ର ସଫଳତା ଦେଖି ଲଭଷ୍ଟୋରୀ ଉପରେ ଫିଲ୍ମ ନିର୍ମାଣ କରିବା ଆରମ୍ଭ କରିଦେଲୁ। ଏଣୁ ଏସବୁରେ ଦୋଷୀ ମୁଁ, କାରଣ ଏହିଭଳି ଆମେ ୭୦ ଦଶକର ମୂଳଦୂଆକୁ ହରାଇଦେଲୁ ବୋଲି କରନ୍‌ କହିଛନ୍ତି। ଏହାଛଡ଼ା ବଲିଉଡ୍‌ ନିର୍ମାତାମାନେ ସ୍ବିଜରଲ୍ୟାଣ୍ଡ ଏବଂ ନ୍ୟୁଜିଲାଣ୍ଡ ଯାଇ ଫିଲ୍ମ ନିର୍ମାଣ କରୁଛନ୍ତି। ଏଣୁ ଲୋକେ ସେହି କାହାଣୀ ସହ କିଭଳି ଯୋଡ଼ି ହେବେ ବୋଲି ସେ ମଧ୍ୟ କହିଛନ୍ତି।

Share