ଆଲିଆଙ୍କ ପାଇଁ କରନ୍‌ ଜୋହର ଦେଲେ ବଡ଼ ବଳିଦାନ

ବମ୍ବେ: ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ବା ଅଛପା। କରନ୍‌ ଅଭିନେତ୍ରୀଙ୍କୁ ଝିଅ ବୋଲି କୁହନ୍ତି। ତାଙ୍କ ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଇ ଯେମିତି ଏବେ କରନ୍‌ ଆଲିଆଙ୍କ ପାଇଁ ବଡ ବଳିଦାନ ଦେଇଛନ୍ତି। ଅପକମିଂ ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାନୀ’ର ପ୍ରମୋଶନକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି କରନ୍‌। ଅର୍ଥାତ ରିଲିଜ ପୂର୍ବରୁ ଏହାର କୌଣସି ପ୍ରମୋଶନ ହେବ ନାହିଁ।

ଆଲିଆ ଝିଅ ରାହାଙ୍କ ଯୋଗୁ ଘରଠାରୁ ଦୂରରେ ରହି ଫିଲ୍ମ ପ୍ରମୋଶନ କରିବାକୁ ଚାହୁଁ ନାହାନ୍ତି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି କରନ୍‌ ବଡ ନିଷ୍ପତ୍ତି ନେଇଛନ୍ତି। ଏହାର ପ୍ରଭାବ ଫିଲ୍ମ ବ୍ୟବସାୟ ଉପରେ ପଡ଼ିପାରେ ବୋଲି କୁହାଯାଉଛି।

Share