କରନ ଜୋହର ସମାପ୍ତ କରିଛନ୍ତି ସୁଶାନ୍ତଙ୍କ କ୍ୟାରିୟର: କଙ୍ଗନା

ମୁମ୍ବାଇ, ୧୮।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ନିର୍ମାତା କରୋନା ଜୋହରଙ୍କୁ ଟାର୍ଗେଟ୍‌ କହିଛନ୍ତି। ସୁଶାନ୍ତଙ୍କ କ୍ୟାରିୟରକୁ କରନ ଶେଷ କରିଥିବା କଙ୍ଗନା ଅଭିଯୋଗ କରିଛନ୍ତି। ସରକାର କରନଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଫେରାଇନେବାକୁ ସେ ଟୁଇଟ୍‌ କରି ଅନୁରୋଧ କରିଛନ୍ତି। ଏବେ କଙ୍ଗନାଙ୍କ ଏହି ଟୁଇଟ୍‌ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ‘ଗୁଞ୍ଜନ ସାକ୍ସସେନା: ଦି କାରଗୀଲ୍‌ ଗର୍ଲ’ ଫିଲ୍ମ ଉପରେ କମେଣ୍ଟ କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଉରି ଲଢ଼େଇରେ କରନ ପାକିସ୍ଥାନକୁ ସମର୍ଥନ କରିଥିଲେ। ସେହିପରି ଏବେ ଭାରତୀୟ ସେନା ଉପରେ ବିରୋଧୀ ଫିଲ୍ମ ନିର୍ମାଣ କରିଛନ୍ତି। ସୂଚନାଯୋଗ୍ୟ, ‘ଗୁଞ୍ଜନ ସାକ୍ସସେନା: ଦି କାରଗୀଲ୍‌ ଗର୍ଲ’ ଫିଲ୍ମରେ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଅଭିନୟ କରିଛନ୍ତି। ଏହାକୁ କନରଙ୍କ ଧର୍ମା ପ୍ରଡକଶନ୍‌ ପକ୍ଷରୁ ନିର୍ମାଣ କରାଯାଇଛି। ଏହା ଅଗଷ୍ଟ ୧୨ରେ ନେଟ୍‌ଫ୍ଲିକ୍ସ୍‌ରେ ରିଲିଜ୍‌ ହୋଇ ସାରିଛି। ତେବେ ଫଲ୍ମରେ ବାୟୁସେନା ତଥା ସେନାର ତଥ୍ୟ ଉପସ୍ଥାପନାରେ ତାଳମେଳ ନ ଥିବା ଅଭିଯୋଗ କରାଯାଇଛି।

Share