ଡ୍ରଗ୍ସ ମାମଲାରେ ନୋଟିସ୍‌ ପରେ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର: ଲୋକେ କହୁଛନ୍ତି ଏବେ ‘କଫି ଉଇଥ୍‌ ଏନ୍‌ସିବି’ର ସମୟ

ବମ୍ବେ: ବଲିଉଡ୍‌ ପାଇଁ ଅଡ଼ୁଆ ପାଲଟିଲାଣି ଏନ୍‌ସିବି ଯାଞ୍ଚ। ଗୋଟିଏ ପରେ ଗୋଟିଏ ଅଭିନେତାଙ୍କୁ ଏନ୍‌ସିବିରୁ ଡାକରା ଆସୁଛି। ଡ୍ରଗ୍ସ ସେବନଠାରୁ ଆରମ୍ଭ କରି ବିଭିନ୍ନ ଦିଗକୁ ନେଇ ସେମାନଙ୍କୁ ପଚରାଉଚରା କରାଯାଉଛି। ନିକଟରେ କମେଡିଆନ ଭାରତୀ ସିଂହ, ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନ୍‌ସିବି ସମନ କରି ପଚରାଉଚରା କରିଥିଲା। ଏବେ କରନ୍‌ ଜୋହରଙ୍କ ପାଳି ପଡ଼ିଛି।

ଗତ ବର୍ଷ କରନ୍‌ଙ୍କ ପାର୍ଟିକୁ ନେଇ ତାଙ୍କ ପାଖକୁ ନୋଟିସ ପଠାଯାଇଛି। ସେ କରୁଥିବା ସମସ୍ତ ପାର୍ଟି ବିଷୟରେ ସୂଚନା ଦେବାକୁ କୁହାଯାଇଛି। ଏହି ଖବର ବ୍ୟାପିବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ନିର୍ମାତା କରନ୍‌। ଏପରିକି ସେ ଟୁଇଟରରେ ଟ୍ରେଣ୍ଡ ମଧ୍ୟ କରୁଛନ୍ତି। କିଛି ବ୍ୟବହାରକାରୀ ପ୍ରତିକ୍ରିୟା ରଖି ‘କଫି ଉଇଥ୍‌ ଏନ୍‌ସିବି’ର ସମୟ ଆସିଛି ବୋଲି କହୁଛନ୍ତି। ସେହିଭଳି ଆଉ କିଛି ଗୋଟିଏ ଦିନ ଆମକୁ ଆମ ପାପର ପ୍ରାୟଶ୍ଚିତ କରିବାକୁ ପଡେ ବୋଲି କହୁଛନ୍ତି।

କହିରଖୁଛୁ, କରନ୍‌ଙ୍କ ପ୍ରତିଟି ପାର୍ଟିରେ ଡ୍ରଗ୍ସ ସେବନ କରାଯାଏ ବୋଲି ଅନେକ ଥର ଚର୍ଚ୍ଚା ହୋଇଛି। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଥାନ୍ତି ଫିଲ୍ମ ନିର୍ମାତା। ଏବେ ତାଙ୍କୁ ନୋଟିସ୍‌ କରାଯିବା ପରେ ଓକିଲ ସାହାଯ୍ୟରେ ସେ ଏଜେନ୍ସିଂକୁ ଜବାବ ଦେଇଥିବା କୁହାଯାଉଛି।

Share