ବେକରେ ବ୍ୟାଣ୍ଡେଜ୍‌କୁ ନେଇ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର

ବମ୍ବେ: ହାତକୁ ଦୁଇହାତ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ କଳାକାର ଯୋଡି ସିଦ୍ଧାର୍ଥ ମଲହୋତ୍ରା- କିଆରା ଆଡଭାଣୀ। ଏହି ବିବାହରେ ଅନେକ ବଲିଉଡ୍‌ କଳାକାର ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଫିଲ୍ମନିର୍ମାତା କରନ୍‌ ଜୋହର। ବିବାହ ଲାଗି ସେ ଫେବୃୟାରୀ ୫ରେ ଜୈସଲମେରରେ ପହଞ୍ଚିଥିଲେ। ମଙ୍ଗଳବାର ବିବାହ ସମ୍ପନ୍ନ ହେବା ପରେ କରନ୍‌ ମୁମ୍ବାଇ ଫେରିଛନ୍ତି। ତେବେ ବିମାନବନ୍ଦରରେ ତାଙ୍କର କିଛି ଫଟୋ ଭାଇରାଲ ହେବା ପରେ ସେ ଟ୍ରୋଲ ହେଉଛନ୍ତି।

ଭାଇରାଲ ଫଟୋରେ କରନ୍‌ ବେକରେ ବ୍ୟାଣ୍ଡେଜ ଲଗାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଉଛି। ଜୈସଲମେରରେ ଏଭଳି କ’ଣ ହୋଇଥିଲା ଯେ ବ୍ୟଣ୍ଡେଜ୍‌ ଲଗାଇବାକୁ ପଡ଼ିଛି ବୋଲି ଜଣେ କହିଛନ୍ତି। ଅନ୍ୟଜଣେ କରନ୍‌ଙ୍କୁ ଲଭ୍‌ବାଇଟ୍‌ ଲୁଚାଇବାର ଚେଷ୍ଟା କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। ସେହିଭଳି ଆଉଜଣେ କରନ କ’ଣ ବିବାହରେ ବାସନ ମାଜୁଥିଲେ ବୋଲି ପ୍ରଶ୍ନ କରିଛନ୍ତି। ହେଲେ କରନ୍‌ଙ୍କ ଏସବୁ ପ୍ରଶ୍ନରେ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share