କାର୍ତ୍ତିକ-ସାରାଙ୍କ ସମ୍ପର୍କକୁ ନେଇ ପୋଲ୍ ଖୋଲିଲେ କରନ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଚାଟ ଶୋ ‘କଫି ୱିଥ କରନ ୭’ ଏବେ ହଙ୍ଗାମା କରୁଛି । ଏଥରର ପ୍ରଥମ ଏପିସୋଡ ଓଟିଟିରେ ସମସ୍ତ ରେକର୍ଡ ଭାଙ୍ଗିଛି । କରନ ଏବେ ଏହି ଶୋ’ର ପ୍ରମୋଶନରେ ଲାଗି ପଡିଛନ୍ତି । ଗୋଟିଏ ପରେ ଗୋଟିଏ ସାକ୍ଷାତକାରରେ କରନ ସେଲିବ୍ରିଟିମାନଙ୍କ ପ୍ରଫେସନାଲ ଲାଇଫ୍‌ଠାରୁ ପର୍ସନାଲ ଲାଇଫ୍ ପର୍ଯ୍ୟନ୍ତ ସବୁକଥା ଟିକିନିଖି ଭାବେ କଥା ହେଉଛନ୍ତି । ଏବେ ମିଡିଆକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କରନ ସାରା ଅଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ସମ୍ପର୍କକୁ ନେଇ କିଛି ଭିତିରି କଥା କହିଛନ୍ତି । କିନ୍ତୁୁ ଏହି କଥାକୁ ନେଇ ସାରା କରନଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି ।
ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ସାରା ତାଙ୍କ ପିତା ଶୈଫ ଅଲି ଖାଁଙ୍କ ସହ ଯେତେବେଳେ କଫି ୱିଥ କରନ ଶୋକୁ ଆସିଥିଲେ ସେତେବେଳେ ସେ ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ସେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ କରିବାକୁ ଚାହୁଁଛନ୍ତି । କିନ୍ତୁ ଯେତେବେଳେ ସେ କାର୍ତ୍ତିକଙ୍କ ନିକଟତର ହେଲେ ସେତେବେଳେ ଲାଜେଇ ଗଲେ । ଏମିତିକି କିଛିଦିନ ପର୍ଯ୍ୟନ୍ତ ଏମାନଙ୍କୁ ଏକାଠି ସ୍ପଟ କରାଯାଇଥିଲେ ବି ଏସମ୍ପର୍କକୁ ନେଇ କେହି ସ୍ପଷ୍ଟ କରି ନ ଥିଲେ । ଏବେ କିନ୍ତୁ କରନ ଏ ସମ୍ପର୍କରେ ଖୋଲା ଖୋଲି କଥା ହେବାରୁ ସାରା ରାଗି ଯାଇଥିବା ଜଣାପଡିଛି । କାରଣ ସାରା ଏବେ ବଲିଉଡରେ ଭଲ କ୍ୟାରିୟର ଗଢିବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି । ତେଣୁ ସେ ପର୍ସନାଲ ଲାଇଫକୁ ନେଇ ଏତେ ଚର୍ଚ୍ଚିତ ହେବାକୁ ଚାହୁଁ ନାହାନ୍ତି । କାରଣ ଦର୍ଶକଙ୍କ ନଜର ହୁଏତ ତାଙ୍କ ମୁଭି ଉପରୁ ହଟିଯାଇପାରେ ବୋଲି ସେ ଅନୁମାନ କରୁଛନ୍ତି ଯାହା ତାଙ୍କ କ୍ୟାରିୟରରେ ପ୍ରଭାବ ପକାଇପାରେ ।

Share