ହଠାତ୍‌ ଟୁଇଟର୍‌ ଛାଡିଲେ କରଣ ଜୋହର

ବଲିଉଡର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ହଠାତ୍‌ ଟୁଇଟର୍‌କୁ ଅଲବିଦା କହିଛନ୍ତି। ସେ ଏକ ଟୁଇଟ୍‌ କରି ଟୁଇଟର୍‌ରୁ ବିଦାୟ ନେଇଛନ୍ତି। ସେ ତାଙ୍କର ଶେଷ ଟୁଇଟ୍‌ରେ ଲେଖିଛନ୍ତି, ମୁଁ ଆହୁରି ସକରାତ୍ମକ ଶକ୍ତି ପାଇଁ ସ୍ଥାନ ପ୍ରସ୍ତୁତ କରୁଛି ଏବଂ ଏହା ସେହି ଦିଗରେ ଏକ ପଦକ୍ଷେପ। ବିଦାୟ ଟୁଇଟର୍‌!
କରଣ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥାନ୍ତି। ସେ ନିଜ ଜୀବନ ସହ ଜଡିତ ଛୋଟ ଛୋଟ କଥା ଇନଷ୍ଟାଗ୍ରାମ କିମ୍ବା ଟୁଇଟରରେ ଶେୟାର କରନ୍ତି। କିନ୍ତୁ ବର୍ତ୍ତମାନ କରଣ ହଠାତ୍‌ ଟୁଇଟରରୁ ବିଦାୟ ଦେଇଛନ୍ତି। କରଣଙ୍କ ଏହି ନିଷ୍ପତ୍ତିରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବର୍ତ୍ତମାନ ଟୁଇଟର୍‌ରେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ କରଣ କାହିଁକି ଏହି ପ୍ଲାଟଫର୍ମ ଛାଡିଛନ୍ତି? ଏହି କାରଣରୁ କରଣଙ୍କ ନାମ ମଧ୍ୟ ଟୁଇଟର୍‌ରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

Share