ବିଗ ବି ଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ରେଖା, ଟାଇଗରଙ୍କ ଏମିତି ଉତ୍ତରରେ ଚମକି ପଡିଲେ କରନ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ନିର୍ଦ୍ଦେଶକ କରନ ଜୋହରଙ୍କ ଶୋ’ ‘କଫି ୱିଥ କରନ’ । ନିକଟରେ ଏହି ଶୋ’ର ଅତିଥି ସାଜିଥିଲେ ବଲିଉଡ ନାୟକ ଟାଇଗର ଶ୍ରଫ ଓ କ୍ରିତି ସାନନ । ଏବେ ଏହି ଏପିସୋଡଟି ଆସିଛି ଚର୍ଚ୍ଚାକୁ । କାରଣ ଏଥିରେ ଟାଇଗର ଏମିତି ଏକ ବ୍ଲଣ୍ଡର କରିଛନ୍ତି ଯାହାକୁ ଶୁଣିବା ପରେ କରନ ଜୋହର ବି ଚମକି ପଡିଥିଲେ ।
ଏହି ଏପିସୋଡର ଫାଇନାଲ ଗେମରେ କରନ ଉଭୟ ଟାଇଗର ଓ କ୍ରିତିଙ୍କ ପାଇଁ ଏକ ପ୍ରଶ୍ନ ରଖିଥିଲେ । ତାହା ଥିଲା ମେଗାଷ୍ଟାର ଅମିତାଭ ବର୍ଚ୍ଚନଙ୍କ ଅଭିନୀତ ଏକ ଫିଲ୍ମରେ କେଉଁ ବଲିଉଡ ଅଭିନେତ୍ରୀ ଉଭୟ ଅମିତାଭଙ୍କ ମା’ ଓ ପ୍ରେମିକା ଭୂମିକାରେ ଅଭିନୟ କରିଛନ୍ତି । ଟାଇଗର ତୁରନ୍ତ ବଜର ଦବାଇ ଉତ୍ତର ଦେଇଥିଲେ ରେଖା ମ୍ୟାମ । ଆଉ ଏହା ଶୁଣିବା ପରେ କରନ ଚମକି ପଡିଥିଲେ । ଏହାର ଉତ୍ତରରେ କରନ ସାଙ୍ଗେ ସାଙ୍ଗେ କହିଥିଲେ ରେଖା ମ୍ୟାମ ନୁହେଁ ୱାହିଦା ରହମନ ଓ ରାକ୍ଷୀ ହେଉଛି ସଠିକ ଉତ୍ତର । ଟାଇଗର ଏହି କୁଇଜ ରାଉଣ୍ଡରେ ହାରି ଯାଇଥିଲେ ।
ସୂଚନାଯୋଗ୍ୟ, କ୍ରିତି-ଟାଇଗର ୨୦୧୪ରେ ଫିଲ୍ମ ‘ହିରୋପନ୍ଥି’ରେ ବଲିଉଡ ଡେବ୍ୟୁ କରିଥିଲେ । ଏବେ ଏମାନେ ପୁଣିଥରେ ସ୍କ୍ରିନ ଶେୟାର କରିବାକୁ ଆସୁଛନ୍ତି ମୁଭି ‘ଗନପଥ‘ରେ । ଏହା ହେଉଛି ଏକ ଆକ୍ସନ ଥ୍ରିଲର ଫିଲ୍ମ । ଆଉ ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବେହେଲ । ଅମିତାଭ ବଚ୍ଚନ ବି ଏହି ଫିଲ୍ମରେ ଏକ କୋମୋ ଆପିୟରାନ୍ସରେ ନଜର ଆସିବେ ।

Share