ଜନ୍ମଦିନରେ ବଡ଼ ଘୋଷଣା କଲେ କରଣ

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ କରଣ ଜୋହର ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଜନ୍ମଦିନରେ ସେ ଦୁଇଟି ନୋଟ ଶେୟାର କରିଛନ୍ତି। ପ୍ରଥମ ନୋଟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୭ ବର୍ଷର ସୁନ୍ଦର ଯାତ୍ରା ବାଣ୍ଟିଛନ୍ତି, ଦ୍ୱିତୀୟ ନୋଟରେ ସେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ଏବଂ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ର ରିଲିଜ୍‌ ତାରିଖ ପ୍ରକାଶ କରିଛନ୍ତି।
ଜୋହର ଗତ ୨୭ ବର୍ଷ ମଧ୍ୟରେ ଅନେକ ସୁପରହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ସେ ପ୍ରାୟତଃ ରୋମାଣ୍ଟିକ୍‌ ଏବଂ ପାରିବାରିକ ଫିଲ୍ମ କରନ୍ତି। କିନ୍ତୁ ପ୍ରଥମଥର ପାଇଁ ସେ ଏପ୍ରିଲ ୨୦୨୩ରୁ ଆକ୍ସନ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। କରଣ ତାଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ ଫେବୃଆରୀ ୧୦, ୨୦୨୩ର ରିଲିଜ ହେବ ବୋଲି କହିଛନ୍ତି।
କରଣ ଜୋହର ‘କୁଛ କୁଛ ହୋତା ହୈ’ ଫିଲ୍ମରେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିଥିଲେ। ‘ମେଁ ହୁଁ ନା’, ‘କେସରି’, ‘ଦିଲୱାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ’, ‘ଶେର୍‌ ଶାହା’, ‘୨ ଷ୍ଟେଟ୍ସ’, ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’, ‘କଭି ଖୁସି କଭି ଗମ୍‌’ ଏବଂ ‘ଏ ଦିଲ୍‌ ହୈ ମୁସ୍କିଲ୍‌’ ଭଳି ଅନେକ ସୁପରହିଟ ଫିଲ୍ମ ନିର୍ମାଣ କରିଥିଲେ।

Share