ମୋଦିଙ୍କ ନିକଟକୁ ପତ୍ର ଲେଖିଲେ କରନ

ମୁମ୍ବାଇ,୩ ।୧୦: ବଲିଉଡ୍‌ରେ ଚାଲିଥିବା ନେପୋଟିଜମ ଓ ଡ୍ରଗ୍ସ ମାମଲା ମଧ୍ୟରେ ନିର୍ଦ୍ଦେଶକ କରନ ଜୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି । ଦେଶ ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ କରନ ଜୋହର ଏକ ବିଶେଷ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଚିଠି ମାଧ୍ୟମରେ ସେ ଏହା ମୋଦିଙ୍କୁ ଜଣାଇଥିବା ଟୁଇଟ୍ କରି ଜଣାଇଛନ୍ତି । ଟୁଇଟରରେ କରନ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଜି ଜି ଆମ ପାଇଁ ଏହା ଗର୍ବର କଥା ଯେ ଆମେ ଏହି ମହାନ୍ ଦେଶର କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ । ଏହାସହ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତିକୁ ବି ମନାଇବାକୁ ଯାଉଛୁ । ଚିଠିରେ କରନ ଲେଖିଛନ୍ତି ଚେଞ୍ଜ ଉଇଦିନ କ୍ୟାମ୍ପେନ ଆଧାରରେ ଫିଲ୍ମ ଦୁନିଆ ଏଭଳି କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛି ଯେଉଁଥିରେ ଭାରତୀୟ ସଂସ୍କୃତି, ମୂଲ୍ୟ ଓ ସୌର୍ଯ୍ୟ ପ୍ରଦର୍ଶିତ ହେବ । ଦେଶର ପ୍ରତି କୋଣରେ ଏମିତି କିଛି କାହାଣୀ ଅଛି ଯାହା ଆମକୁ ପ୍ରେରଣା ଦେବ । ତେବେ ଗତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତି ଉପଲକ୍ଷେ ରାଜକୁମାର ହିରାନି ଏକ ଫିଲ୍ମ ନିର୍ମାଣ କରିଥିଲେ । ଏବେ ସାଧିନତାର ଉତ୍ସବ ପାଳନ କରିବାକୁ ଯାଇ ସେ ମଧ୍ୟ ଏଥିରେ ନିଜକୁ ସାମିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ଆମର ପ୍ରେରଣାଦାତା ଓ ମାର୍ଗଦର୍ଶିକ । ତେଣ ଫିଲ୍ମ ନିର୍ମାଣ ସମୟରେ ଆମେ ଆପଣଙ୍କୁ ମନେପକାଇଛୁ । ସୂଚନାଯୋଗ୍ୟ, ଏଥିପାଇଁ କରନ ଜୋହରଙ୍କ ସହ ରାଜକୁମାର ହିରାନି, ଏକତା କପୁର, ରୋହିତ ସେଟ୍ଟି, ସାଜିତ ନାଡିୱାଡୱାଲା, ଦିନେଶ ବିଜାନ ପ୍ରମୁଖ ଏକାଠି ହୋଇଛନ୍ତି ।

Share