ପୁଣି ବଦଳିବେ ବିଗ୍‌ବସ୍‌ ହୋଷ୍ଟ, ଟ୍ରୋଲିଂ ପରେ…

ବମ୍ବେ: ବିଗ୍‌ବସ୍‌ ଶେଷ ହେବାକୁ ଆଉ ମାତ୍ର ୧୨ ଦିନ ବାକି। ଏମିତିରେ ଶୋ’ର ହୋଷ୍ଟ ସଲମାନ୍‌ ଖାଁ କିଛିଦିନର ବ୍ରେକ୍‌ ନେଇଛନ୍ତି। ସେ ଫିନାଲେ ଏପିସୋଡ୍‌ ସୁଟ୍‌ କରିବେ। ସଲମାନଙ୍କ ଅନୁପସ୍ଥିତିରେ ଗତ ଓ୍ବିକେଣ୍ଡରେ କୋରିଓଗ୍ରାଫର ଫାରା ଖାଁ ନଜର ଆସିଥିଲେ। ମାତ୍ର ଚଳିତ ସପ୍ତାହରେ କରନ୍‌ ଜୋହର ଶୋ’କୁ ହୋଷ୍ଟ କରିବାକୁ ଯାଉଛନ୍ତି। ଏହାର କାରଣଟି ହେଉଛି ଟ୍ରୋଲିଂ।

ଗତ ଶୁକ୍ରବାର ଏବଂ ଶନିବାର ସଲମାନଙ୍କ ସ୍ଥାନରେ ଫାରା ପ୍ରତିଯୋଗୀମାନଙ୍କ କ୍ଲାସ ନେଇଥିଲେ। ବିଶେଷକରି ଟିନା ଦତ୍ତା ଏବଂ ପ୍ରିୟଙ୍କା ଚାହର ଚୌଧୁରୀଙ୍କୁ ସେ ଜୋରଦାର କଟାକ୍ଷ କରିଥିଲେ। ଏହାପରେ ଉଭୟଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ଫାରାଙ୍କୁ ବହୁତ ଟ୍ରୋଲ୍‌ କରିଥିଲେ। ଏଣୁ ଫାରାଙ୍କ ସ୍ଥାନରେ କରନଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Share