ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ‘କଫି ଓ୍ବିଥ୍ କରଣ’ ଲୋକପ୍ରିୟ ସେଲିବ୍ରିଟି ଚାଟ ଶୋ’ ମଧ୍ୟରୁ ଅନ୍ୟତମ। ଏହା ୨୦୦୪ରେ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ଲୋକପ୍ରିୟତା ହାସଲ କରିଥିଲା। ମାର୍ଚ୍ଚ ୨୦୧୯ରେ ଶୋ’ର ଷଷ୍ଠ ସଂସ୍କରଣ ପ୍ରସାରିତ ହୋଇଥିଲା। ସେହି ଦିନଠାରୁ ପ୍ରଶଂସକମାନେ ଏହାର ପରବର୍ତ୍ତୀ ସିଜିନ୍କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
ତିନି ବର୍ଷ ପରେ ପୁଣି ଥରେ କରଣଙ୍କ ଏହି ଶୋ’ ପୁଣି ଅନୁଷ୍ଠିତ ହେବାକୁ ଯାଉଛି। ସେ ନିଜ ଇନଷ୍ଟାଗ୍ରାମରେ ଏହାର ପ୍ରୋମୋ ଶେୟାର କରିଛନ୍ତି। ଏହି ଶୋ’ ଟିଭିରେ ନୁହେଁ, ହଟଷ୍ଟାରରେ ପ୍ରସାରିତ ହେବ। ଏହି ଶୋ’କୁ କେବଳ ବଲିଉଡର ନୁହେଁ, ସାଉଥ୍ ସେଲିବ୍ରିଟିମାନେ ଯୋଗ ଦେବେ।
‘କଫି ଓ୍ବିଥ୍ କରଣ’ ଶୋ’ର ଗୋଟିଏ ଏପିସୋଡ ପାଇଁ ପ୍ରାୟ ୧-୨ କୋଟି ଚାର୍ଜ କରୁଛନ୍ତି। ଶୋ’ ପ୍ରତ୍ୟେକ ସିଜିନରେ ପ୍ରାୟ ୨୦ଟି ଏପିସୋଡ ଆୟୋଜନ ହୁଏ। ତେଣୁ, ପ୍ରତ୍ୟେକ ସିଜିନ୍ରେ ୨୦ରୁ ୪୦ କୋଟି ଟଙ୍କା କରଣ ଆୟ କରନ୍ତି।