ବ୍ରେକ୍‌ଅପ୍‌ ଖବର ମଧ୍ୟରେ ଏକାଠି ନଜର ଆସିଲେ କରନ୍‌-ତେଜସ୍ବୀ

ବମ୍ବେ: ବିଗ୍‌ବସ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ। ହେଲେ ଆଜିକାଲି ଦୁହିଁଙ୍କ ବ୍ରେକ୍‌ଅପ୍‌ ହୋଇଥିବା ଖବର ରହୁଛି ଚର୍ଚ୍ଚାରେ। ଆମେ କହୁଛୁ ଲଭବାର୍ଡ କରନ୍‌ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶଙ୍କ କଥା। ଦିନ ଥିଲା ସେମାନେ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ଏବେ ଦୁହିଁଙ୍କୁ ଏକାଠି ଦେଖିବା ସାତସପନ ଭଳି ମନେ ହେଲାଣି। ତେବେ ବ୍ରେକ୍‌ଅପ୍‌ ଗୁଜବ ମଧ୍ୟରେ ଦୁହେଁ ଜୁହୁରେ ଥିବା ମନ୍ଦିର ଦର୍ଶନ କରିଥିବା ଜଣାପଡ଼ିଛି। ଏହାର ଏକାଧିକ ଫଟୋ ଭାଇରାଲ ହେବା ପରେ ପ୍ରଶଂସକ ଖୁସିବ୍ୟକ୍ତ କରିଛନ୍ତି।

କହିରଖୁଛୁ, କରନ୍‌ ନିକଟରେ ଏକ ହୃଦୟ ଭାଙ୍ଗିବା କବିତା ଲେଖି ଟୁଇଟ୍‌ କରିଥିଲେ। ଏହାପରେ ତାଙ୍କ ବ୍ରେକ୍‌ଅପ୍‌ ହୋଇଥିବା ସମସ୍ତେ ଅନୁମାନ କରିଥିଲେ। ପରେ ତେଜସ୍ବୀଙ୍କୁ ଏନେଇ ପଚରାଯିବାରେ ସେ କଥାକୁ ଏଡାଇ ଯିବା ସହ ଦୁହିଁଙ୍କ ସମ୍ପର୍କ ଅଧିକ ମଜଭୂତ ହୋଇଥିବା କହିଥିଲେ।

Share