ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ ଏବଂ ଅଭିନେତା କରଣ ସିଂ ଗ୍ରୋଭର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ଫଟୋ, ଭିଡିଓ ଶେୟାର କରି ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇ ରୁହନ୍ତି। ଏହାରି ମଧ୍ୟରେ ବିପାଶା-କରଣଙ୍କ ଘରକୁ ଖୁବ୍ଶୀଘ୍ର କୁନି ଅତିଥି ଆସିବାକୁ ଯାଉଛି। ହେଲେ ଏ ପର୍ଯ୍ୟନ୍ତ ଦୁହେଁ ଏ ବିଷୟରେ ସୂଚନା ଦେଇନାହାନ୍ତି। ଏକ ରିର୍ପୋଟ ଅନୁଯାୟୀ, ଏପ୍ରିଲ ୨୦୧୬ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ବିବାହର ୬ ମାସ ପରେ ଦୁହେଁ ପ୍ରଥମ ଥର ପାଇଁ ମା’ବାପା ହେବାକୁ ଯାଉଛନ୍ତି। ହେଲେ ଆପଣ ଜାଣିଛନ୍ତି କି ବିପାଶାଙ୍କୁ ବିବାହ କରିବା ପୂର୍ବରୁ କରଣ ୨ ଜଣଙ୍କୁ ବିବାହ କରିଥିଲେ। ସେମାନେ ହେଲେ ଶ୍ରଦ୍ଧା ନିଗମ ଏବଂ ଜେନିଫର ୱିଙ୍ଗେଟ। ଏହ ପରେ ସେ ବିପାଶାଙ୍କୁ ବିବାହ କରିଥିଲେ। ସେମାନଙ୍କର ବିବାହ ଏକ ବ୍ୟକ୍ତିଗତ ଢଙ୍ଗରେ କରାଯାଇଥିଲା । ବିବାହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ସାମିଲ ଥିଲେ ।