ଅଭିନେତ୍ରୀ କେବେ କହିଥିଲେ ଭାଇ, ଏବେ ଡେଟିଂକୁ ନେଇ ବଢ଼ୁଛି ଚର୍ଚ୍ଚା

ବମ୍ବେ: ଡେଟ୍‌ କରୁଛନ୍ତି ଅଭିନେତା କରନ୍‌ ମେହେରାଙ୍କ ପୂର୍ବପତ୍ନୀ ନିଶା ରାଓ୍ବଲ। କେବେ ଭାଇ ବୋଲି ପରିଚୟ ଦେଇଥିବା ରୋହିତ ସାଟିଆଙ୍କ ସହ ଡିନର୍‌ କରୁଥିବା ନଜରକୁ ଆସିବା ପରେ ଜୋର ଧରିଛି ଏଭଳି ଚର୍ଚ୍ଚା। ଉଭୟଙ୍କ ହୋଟେଲରେ ଖାଉଥିବା ବେଳର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଦୁହିଁଙ୍କୁ ଦେଖି ଯେ କେହି ପ୍ରେମିକ ବୋଲି ତାଙ୍କୁ ଠଉରାଇବ ବୋଲି ଲୋକେ ପ୍ରତିକ୍ରିୟା ଦେଉଛନ୍ତି।

ଏକ ସାକ୍ଷାତକାରରେ ନିଶା କହିଥିଲେ, ରୋହିତ ତାଙ୍କ ଭାଇ। ସେମାନେ କେବେ ବି ଡେଟ୍‌ କରି ନାହାନ୍ତି। ସେହିଭଳି ରୋହିତ ମଧ୍ୟ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ଏବେ କିନ୍ତୁ ଉଭୟେ ସମ୍ପର୍କକୁ କି ନାମ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ତେବେ ନିଶା କରନ୍‌ଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ପୁଅ ଅଛନ୍ତି। ହେଲେ କରନ୍‌ ମାରପିଟ୍‌ କରୁଥିବା ନେଇ ନିଶା ଅଭିଯୋଗ କରିଥିଲେ। ଏବେ ଦୁହେଁ ବାଟ ଅଲଗା କରିଛନ୍ତି।

Share