ବୟସରେ ୩ ବର୍ଷ ସାନ, ପୂର୍ବରୁ ଦୁଇଟି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିବା କରନ୍‌ଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: ଇଚ୍ଛା ନ ଥିଲା ବିବାହ ପାଇଁ। ହେଲେ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ହାତକୁ ଦୁଇ ହାତ ହେବାକୁ ବାଧ୍ୟ ହୋଇଥିଲେ। ଏଭଳି କିଛି କାହାଣୀ ହେଉଛି ବଲିଉଡ୍‌ ବ୍ଲାକ୍‌ ବିଉଟି ବିପାସା ବାସୁଙ୍କର। ଅଭିନେତା କରନ୍‌ ସିଂ ଗ୍ରୋଭରଙ୍କ ସହ ତାଙ୍କର ବିବାହ ପଛର କାହାଣୀ ବେଶ୍‌ ରୋମାଞ୍ଚକର।

ବିପାଶାଙ୍କୁ ବିବାହ ପୂର୍ବରୁ ଦୁଇଟି ବିବାହ କରିଥିଲେ କରନ୍‌। ସେ ଦୃଷ୍ଟିରୁ ବିପାଶା ତାଙ୍କର ତୃତୀୟ ସ୍ତ୍ରୀ। ଏପରିକି ବୟସରେ କରନ୍‌ ବିପାଶାଙ୍କଠାରୁ ୩ ବର୍ଷ ସାନ। ଉଭୟ ୨୦୧୫ରେ ଫିଲ୍ମ ‘ଆଲୋନ୍‌’ରେ ଅଭିନୟ କରିଥିଲେ। ଉଭୟଙ୍କ ରୋମାନ୍ସ ସେତେବେଳେ ଚର୍ଚ୍ଚାରେ ରହିଥିଲା। ଏହି ସମୟରେ ମିଛ ମିଛ ଡେଟ୍‌ରୁ ସମ୍ପର୍କର ଗାଡ଼ି ଆଗକୁ ଯାଇଥିଲା। ଧିରେ ଧିରେ କରନ୍‌ଙ୍କୁ ବିପାଶା ବେଶ୍‌ ନିଜର ଲାଗିଥିଲେ। ହେଲେ ବିପାଶା ବିବାହ କରିବାକୁ ଚାହୁଁ ନ ଥିଲେ।

ଥାଇଲାଣ୍ଡରେ ଥିବା ସମୟରେ ବିପାଶାଙ୍କୁ ଆଙ୍ଗୁଠି ଦେଇ ପ୍ରପୋଜ୍‌ କରିଥିଲେ କରନ୍‌। ଏହାର ଜବାବରେ ତୁମେ ଏ କ’ଣ କହୁଛ ବୋଲି ପଚାରିଥିଲେ ବିପାଶା। ପରେ ବିପାଶା ହଁ କହିବା ପରେ ଉଭୟ ବିବାହ କରୁଥିବା ନେଇ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ।

ତୃତୀୟ ସ୍ତ୍ରୀ ହୋଇଥିବାରୁ ବିବାହ ଚାଲିବ ନାହିଁ ବୋଲି ଭାବୁଥିଲେ ପରିବାରଲୋକେ। ହେଲେ ବିପାଶା ସେମାନଙ୍କୁ ବୁଝାଇଥିଲେ। ନିଜର ଯାତ୍ରା ସ୍ବତନ୍ତ୍ର। କାହା ବିଷୟରେ କିଛି କହିବାକୁ ହେଲେ ନିଜକୁ ସେହି ସ୍ଥାନରେ ରଖିବାକୁ ପଡେ। କରନ୍‌ ତାଙ୍କୁ ସମସ୍ତଙ୍କଠାରୁ ଅଧିକ ଭଲପାଇବା ଏବଂ ସମ୍ମାନ ଦିଅନ୍ତି ବୋଲି ସେ କହିଥିଲେ। ଏବେ ଉଭୟ ବିବାହର ୫ ବର୍ଷ ପୂରଣ କରିସାରିଲେଣି। ଉଭୟଙ୍କ ମଧ୍ୟରେ ସମ୍ପର୍କ ପୂର୍ବଭଳି ସତେଜ ରହିଛି।

Share