ସ୍ତ୍ରୀଙ୍କ ଓଜନକୁ ନେଇ ଏମିତି କହିଲେ କରଣବୀର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତା କରଣବୀର ବୋହରା ଏବେ ସ୍ତ୍ରୀ ଏବଂ ତିନି ପିଲାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେ ଶେୟାର କରିଛନ୍ତି। ଏହି କପଲ ପ୍ରତିଟି ଫଟୋରେ ରୋମାଣ୍ଟିକ୍‌ ଜଣାପଡୁଛନ୍ତି। ଏପରି ଫଟୋ ଶୁଟ୍‌ର ଅସଲ କାରଣ ମଧ୍ୟ କହିଛନ୍ତି କରଣବୀର।

କରଣବୀର ଏକ ଫଟୋର ବିଟିଏସ୍‌ ଭିଡିଓ ଶେୟାର କରିଛନ୍ତି। ଏଥିରେ ଖୁବ୍‌ ରୋମାଣ୍ଟିକ୍‌ ନଜର ଆସିଛନ୍ତି ଏହି କପଲ। ଫଟୋରେ କରଣ ଟିଜେଙ୍କୁ କୋଳେଇ ନେଇଛନ୍ତି। ସେ ଫଟୋଗ୍ରାଫରଙ୍କୁ ଏହି ସମୟରେ କହିଥିଲେ, ବିଳମ୍ବ କରିବନି, ଶୀଘ୍ର ଫଟୋ ଉଠାଇବ। କାରଣ ମୋ’ର ଓଜନ ୮୦କୁ ଟିଜେଙ୍କ ଓଜନ ୬୦।

ଟିଜେ ମଧ୍ୟ କରଣଙ୍କ ଏହି କଥାର ଉତ୍ତର ରଖିଛନ୍ତି, ସେ କହିଛନ୍ତି, ମୋ ଉପରେ ଅଭିଯୋଗ ଆଣୁଛ। ମୁଁ ଓଜନ ବୋଲି। ଯାହାବି ହେଉ ଫଟୋଗୁଡ଼ିକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି।

Share