କରଣଙ୍କ ଗୋଲ୍‌ଡେନ୍‌ ଲୁକ୍‌

ମୁମ୍ବାଇ: ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ଫ୍ୟାଶନ ଇନ୍ସ ଏବଂ ଷ୍ଟାଇଲ ଦେଖିବାକୁ ମିଳିଛି। ଫଟୋରେ ସେ ଖୁବ୍‌ ସୁନ୍ଦର ଦିଶୁଛନ୍ତି।

କରଣ ଏକ କଳା ରଙ୍ଗର ପ୍ୟାଣ୍ଟ ଏବଂ ଶର୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଯାହା ଉପରେ ଏକ ଗୋଲ୍‌ଡେନ୍‌ କଲରର ବ୍ଲେଜର ପିନ୍ଧିଛନ୍ତି। ସେ ତାଙ୍କ ଲୁକ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଷମା ବି ପିନ୍ଧିଥିଲେ। ସେ କଳା ଜୋତା ସହିତ ନିଜର ଲୁକ୍‌କୁ ପୂରା କରିଛନ୍ତି।

ଫଟୋ ଶେୟାର କରି ଏଥିରେ କରଣ କ୍ୟାପଶନ ଲେଖିଛନ୍ତି, ସୁନା ପାଇବାକୁ ଚେଷ୍ଟା କର। ସେ ଆହୁରି ମଧ୍ୟ ଲେଖିଛନ୍ତି, ରୁପା ଏକ ସାନ୍ତ୍ୱନା ଏବଂ ବ୍ରୋଞ୍ଜର ବିକଳ୍ପ ନାହିଁ। ମୁଁ ପ୍ରତିଯୋଗିତା ବିଷୟରେ କହୁ ନାହିଁ। ଆତ୍ମସନ୍ତୋଷ ବିଷୟରେ କହୁଛି। ଏହି ଡ୍ରେସ୍‌କୁ ଡିଜାଇନର୍‌ ଏକ ଲଖାନି ପ୍ରସ୍ତୁତ କରିଛନ୍ତି। ତାଙ୍କର ଏହି ଫଟୋଶୁଟ୍‌ ପ୍ରସିଦ୍ଧ ଫଟୋଗ୍ରାଫର ଶେଲଡନ୍‌ ସାଣ୍ଟୋସଙ୍କ ଦ୍ୱାରା କରାଯାଇଛି।

କରଣଙ୍କ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ବଲିଉଡ୍‌ ଇଣ୍ଡଷ୍ଟ୍ରି ସହିତ ଜଡିତ ତାଙ୍କର କିଛି ବନ୍ଧୁ ଏବଂ ଅନ୍ୟ କଳାକାରମାନେ ମଧ୍ୟ ତାଙ୍କ ଲୁକ୍‌କୁ ଖୁବ୍‌ ପ୍ରଶଂସା କରୁଛନ୍ତି।

Share