Categories: ଖେଳ

କରାଟେ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, ୧୮ା୯ (ବିଜୟ ରଣା): ଚଳିତମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଡେରାଡୁନ୍‌ଠାରେ ଜାତୀୟ କ୍ୟାଡେଟ୍‌, ଜୁନିୟର, ସିନିୟର ଏବଂ ୨୧ ବର୍ଷରୁ କମ୍‌ ଦଳଗତ ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟ କରାଟେ ସଂଘ ଦ୍ୱାରା ୫୫ ପ୍ରତିଯୋଗୀ ଓ ଅଫିସିଆଲ ମନୋନୀତ ହୋଇଛନ୍ତି। ସେମାନଙ୍କୁ ନେଇ ଗତ ୧୪ ତାରିଖରୁ ଚାଲିଥିବା ଏକ ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି।

ଏଥିରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ସାମିଲ ଥିଲେ। ଏଥିରେ ସ୍ପିଡ୍‌ ରିଫ୍ଲେକ୍ସ ଓ ଆଙ୍ଗ୍‌ଜାଇଟି କଣ୍ଟ୍ରୋଲ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଖେଳାଳିମାନେ ଜାତୀୟ କରାଟେ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ରାଜ୍ୟ କରାଟେ ସଂଘର ସମ୍ପାଦକ ଡ. ହରି ପ୍ରସାଦ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଓଡ଼ିଶା ଦଳର ୯୦ ପ୍ରତିଶତ ଅର୍ଥରାଶି ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ବହନ କରିଥିବାରୁ ସଂଘ ତରଫରୁ ଏନେଇ କୃତଜ୍ଞତା ଜ୍ଞାପନ କରାଯାଇଛି।

Share