ହାତରେ ବନ୍ଧୁକ ଧରି ନଜର ଆସିଲେ କରୀନା

ମୁମ୍ବାଇ: ଅଜୟ ଦେବଗନ, ଦୀପିକା ପାଦୁକୋନ, ଅକ୍ଷୟ କୁମାର ଏବଂ ରଣବୀର ସିଂଙ୍କ ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛି। ଗତ ମାସରେ ଏହି ଷ୍ଟାର୍‌ମାନେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ ଶୁଟିଂ ଆରମ୍ଭ କରିଥିଲେ। ଯାହାର ଝଲକ ନିର୍ଦ୍ଦେଶକ ସୋସିଆଲ ମିଡିଆରେ ଶେୟାର କରିଥିଲେ।

ଏବେ ଏକ ମାସର ଶୁଟିଂ ପରେ ରୋହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରଦେଇଛନ୍ତି। ‘ସିଙ୍ଘମ୍‌ ଏଗେନ୍‌’ ସବୁଠୁ ବଡ଼ ମଲ୍ଟି ଷ୍ଟାର୍‌ ଫିଲ୍ମ ଭାବରେ ପରିଗଣିତ ହେଉଛି। ଫିଲ୍ମର ଷ୍ଟାର କାଷ୍ଟ ଧିରେ ଧିରେ ପ୍ରକାଶ ପାଇବାରେ ଲାଗିଛି। ଦୀପିକା ପାଦୁକୋନଙ୍କ ଲେଡି ସିଙ୍ଘମ୍‌ ଲୁକ୍‌ ପରେ ଏବେ ନିର୍ମାତା କରୀନାଙ୍କ ଲୁକ୍‌ ମଧ୍ୟ ରିଲିଜ କରିଛନ୍ତି।

କରୀନା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଲୁକ୍‌ର ଝଲକ ଶେୟାର କରିଛନ୍ତି। ଏହି ଅଭିନେତ୍ରୀ ‘ସିଙ୍ଘମ୍‌ ଏଗେନ୍‌’ର ଏକ ପାର୍ଟ। ଏଥିପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ଶେୟାର ହୋଇଥିବା ପୋଷ୍ଟରେ କରୀନାଙ୍କ ମୁହଁରେ ଆଘାତ ଲାଗିଥିବା ଚିହ୍ନ ଏବଂ ହାତରେ ବନ୍ଧୁକ ଥିବା ଦେଖିବାକୁ ମିଳିଛି।

Share