ପରିବାର ସହ ମିଶି ଖ୍ରୀଷ୍ଟମାସ ପାଳିଲେ କରୀନା

ମୁମ୍ବାଇ,୨୫।୧୨-ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ଖ୍ରୀଷ୍ଟମାସ ଅବସରରେ କରୀନା ତାଙ୍କ ପରିବାର ଲୋକଙ୍କ ସହ ନଜର ଆସିଛନ୍ତି। କରୀନା ପରିବାର ସଦସ୍ୟଙ୍କ ସହ ଭୋଜନ କରୁଥିବା ଫଟୋରେ ଦେଖାଯାଇଛି। ଫଟୋ କ୍ୟାପସନରେ ସେ ଲେଖିଛନ୍ତି, ଉଷ୍ମ ଅନୁଭବ, ସମସ୍ତଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା। ସୋସିଆଲ ମିଡିଆରେ ଏହି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ଖୁବଶିଘ୍ର କରୀନା ମା’ ହେବାକୁ ଯାଉଛନ୍ତି। ନିକଟରେ ସେ ତାଙ୍କ ବେବି ବମ୍ପ ସହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ।

Share