ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କରୀନା କପୁର ବ୍ୟକ୍ତିଗତ ଜୀବନୀକୁ ନେଇ ଏକ ଖୁଲାସା କରିଛନ୍ତି। ସ୍ବାମୀ ତଥା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୂର୍ବତନ ସ୍ତ୍ରୀ ଅମ୍ରିତା ସିଂହଙ୍କ ସହ ତାଙ୍କର ଭେଟ ହୋଇ ନ ଥିବା କହନ୍ତି କରୀନା ।
କରଣ ଜୋହରଙ୍କ ଚାଟ ଶୋ’ କଫି ୱିଥ କରଣ-୬ରେ କରୀନାଙ୍କ ସହ କଥାବାର୍ତ୍ତା ସମୟରେ, କରଣ ଅମ୍ରିତା ସିଂହ ବିଷୟରେ ପଚାରିଥିଲେ। କରଣ ଜୋହର ପଚାରିଥିଲେ ଯେ ଆପଣ ଦୁହେଁ ପରସ୍ପର ସହ କଥା ହୁଅନ୍ତି ? ତେବେ କରୀନା କହିଥିଲେ ଯେ ‘ଆମେ କଥା ହେଇନୁ କିନ୍ତୁ ମୁଁ ତାଙ୍କୁ ସମ୍ମାନ ଦିଏ।
ସୈଫ ପ୍ରଥମେ ଅମ୍ରିତାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୧୩ ବର୍ଷ ପରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ । ଏହାପରେ ସେ କରୀନାଙ୍କୁ ବିବାହ କରିଥିଲେ। ଏବେ ଉଭୟଙ୍କର ଦୁଇଟି ସନ୍ତାନ ଅଛି।