ପରଦାକୁ ଫେରୁଛନ୍ତି କରୀନା

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ତାଙ୍କର ଫିଲ୍ମକୁ ନେଇ କନ୍‌ଫର୍ମ କରିଛନ୍ତି। ଶନିବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସହ ଫିଲ୍ମ କରିବା ନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ଶୁଟିଂ ପାଇଁ ହାଇଦ୍ରାବାଦରେ ଥିବା ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଜଣାଇଛନ୍ତି। ଶୁଟିଂ ସେଟ୍‌ରେ ଥାଇ ସେ ଏକ ଫଟୋ ଶେୟାର କରିବା ସହ ନିର୍ଦ୍ଦେଶକଙ୍କୁ ଟ୍ୟାଗ୍‌ କରିଛନ୍ତି।

ପଛରୁ ନିଆଯାଇଥିବା ଏକ ଫଟୋରେ କରୀନା ରାସ୍ତା ମଝିରେ ଠିଆ ହୋଇ ଏକ କାର୍‌କୁ ପବନରେ ଉପରକୁ ଉଠାଇଥିବାର ନଜର ଆସିଛନ୍ତି। ରୋହିତଙ୍କ ଫିଲ୍ମରେ ସର୍ବଦା କାର୍‌ ସହିତ ଜଡିତ କିଛି ଆକ୍ସନ ରହିଥିବାର ଦୃଷ୍ଟିରେ ରଖି କରୀନା ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟର ସସ୍‌ପେନ୍ସକୁ ଦୂର କରି କ୍ୟାପଶନରେ ଲେଖିଛନ୍ତି “ମୁଁ କାହା ପାଇଁ ଶୁଟିଂ କରୁଛି ତାହା କହିବା ଆବଶ୍ୟକ କି? ସେ ମୋର ପ୍ରିୟ ନିର୍ଦ୍ଦେଶକ .. ଏହା ତାଙ୍କ ସହିତ ମୋର ଚତୁର୍ଥ ଫିଲ୍ମ & ଏବଂ ଶେଷ ନୁହେଁ। ଏଥିହସତ ହାର୍ଟ ଇମୋଜି, ଇନ୍ଦ୍ରଧନୁ ଏବଂ ଫାୟାର ଇମୋଜି ବି ଦେଇଛନ୍ତ। ରେଡି ଷ୍ଟେଡି ଗୋ @itsrohitshetty” ଲେଖିଛନ୍ତି।

Share