ପୁଅ ସହ ସମୁଦ୍ର କୂଳରେ ଖୁସି ମନାଉଛନ୍ତି କରୀନା, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: କରୀନା କପୁର ଖାନ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହିଥାନ୍ତି। ତାଙ୍କର ପ୍ରତ୍ୟେକ କଥା ସେ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ଏବେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସାନପୁଅ ଜେହ୍‌ଙ୍କୁ ଧରି ସମୁଦ୍ର କୂଳରେ ଠିଆ ହୋଇଛନ୍ତି।

ଆଉ ଏକ ଫଟୋରେ କରୀନା ପଛକରି ବସିଥିବା ବେଳେ ଜେହ୍‌ ଖେଳନା ଧରି ବାଲିରେ ଖେଳୁଥିବା ନଜର ଆସିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଏହି ଫଟୋ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ କେଉଁଠି ଅଛି। ଏଥିସହିତ ସେ ଏକ ହାର୍ଟ ଇମୋଜି ବି ଦେଇଛନ୍ତି।

ବୁଧବାର ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ସେ ତାଙ୍କ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ ଫିଲ୍ମ ଘୋଷଣା କରିଛନ୍ତି। ଏହି ଭିଡିଓରେ କରୀନା ପୂରା ଫିଲ୍ମର ଟିମ୍‌ ସହିତ ସ୍କ୍ରିପ୍ଟ ପଢୁଥିବାର ନଜର ଆସିଛନ୍ତି। ଏହି ଫିଲ୍ମରେ ସେ ଜୟଦୀପ ଅହଲାଓ୍ବତ ଏବଂ ବିଜୟ ବର୍ମାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେବ।

କରୀନାଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ ଯଦି କଥା ହେବା ତେବେ ତାଙ୍କୁ ‘ଲାଲ୍‌ ସିଂ ଚଢ଼ା’ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅମୀର ଖାନ ଏବଂ କରୀନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟି ଆମେରିକୀୟ ଫିଲ୍ମ ‘ଫରେଷ୍ଟ ଗୁମ୍ପ୍‌’ର ରିମେକ ଅଟେ। ଫିଲ୍ମଟି ଭାରତର ୧୦୦ରୁ ଅଧିକ ସ୍ଥାନରେ ଶୁଟିଂ କରାଯାଇଛି। ୨୦୨୨ ଅଗଷ୍ଟ ୧୧ରେ ଏହା ମୁକ୍ତିଲାଭ କରିବ ବୋଲି କୁହାଯାଉଛି।

Share