କରୀନାଙ୍କ ମନ ଦୁଃଖ

କରୀନା କପୁର ଏବେ ମନ ଦୁଃଖ କରିଛନ୍ତି। କେତେ ଆଶା କରିଥିଲେ, ଯାହା ହେଲେ ବି ସଲମାନ ତାଙ୍କୁ କାଷ୍ଟିଂରେ ରଖିବେ। ହେଲେ ତାଙ୍କର ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଛି। କଥା କ’ଣ କି ସଲ୍ଳୁ ମିଅଁା ‘ବଜରଙ୍ଗୀ ଭାଇଜାନ୍‌’ର ସିକୁଏଲ ନିର୍ମାଣ କରିବାକୁ ଯାଉଛନ୍ତି। ଯେତେବେଳେ କରୀନା ଏକଥା ଜାଣିଲେ ସେତେବେଳେ ଭାବିଥିଲେ ଯେ ସେ ପୁଣି ଥରେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ। ହେଲେ ଶୁଣିବାକୁ ମିଳୁଛି ଯେ ସେମିତି କିଛି ଘଟିବାକୁ ଯାଉନାହିଁ। ଏଥର ‘ପବନପୁତ୍ର ଭାଇଜାନ’ର ଫିମେଲ୍‌ ଲିଡ୍‌ ପାଇଁ କରୀନାଙ୍କ ବଦଳରେ ପୂଜା ହେଗଡେ ଅଭିନୟ କରିବାର ଯୋଜନା ରହିଛି। କରୀନା କୁହନ୍ତି, ”ଯେତେବେଳେ ‘ବଜରଙ୍ଗୀ ଭାଇଜାନ୍‌’ର ସିକୁଏଲ୍‌ ପ୍ରସ୍ତୁତ ହେଉଛି ବୋଲି ଜାଣିବାକୁ ପାଇଲି ସେତେବେଳେ ମୁଁ ଖୁସି ହୋଇଯାଇଥିଲି। ଆଶା ରଖିଥିଲି ଯେ ଏହି ଫିଲ୍ମର ନାୟିକା ମୁଁ ହେବି। ହେଲେ ଶୁଣିବାକୁ ପାଉଛି ଯେ ମୋତେ ଏହାର କାଷ୍ଟିଂରୁ ବାଦ୍‌ ଦିଆଯାଇଛି ।“ ତେବେ ପ୍ରଯୋଜନା ସଂସ୍ଥା ‘ସଲମାନ ଖଁା ଫିଲ୍ମସ’ ପକ୍ଷରୁ ଫାଇନାଲ କାଷ୍ଟିଂ ଘୋଷଣା କରାଯିବା ପରେ ହିଁ ଏହି ନୂଆ ସିନେମାର ନାୟିକା ଭାବରେ କାହାକୁ ସାଇନ୍‌ କରାଯିବ ତାହା ଜଣାପଡିବ।

Share