ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ନିଜର ଫ୍ୟାଶନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ଏବେ ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି। ଗର୍ଭାବସ୍ଥା ସମୟରେ ବି ସେ ନିଜର ଫ୍ୟାଶନ ବଜାୟ ରଖିଛନ୍ତି। କରୀନା ତାଙ୍କର ଖାସ୍ ବାନ୍ଧବୀ ଅମୃତା ଆରୋରାଙ୍କ ଜନ୍ମଦିନରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ଏକ ପ୍ରିଣ୍ଟେଡ ଡ୍ରେସରେ ଦେଖିବାକୁ ମିଳିଥିଲା। ତାଙ୍କ ଡ୍ରେସ୍ର ଦାମ୍ ୨୪ ହଜାର ଟଙ୍କା। ଡ୍ରେସ୍ର ଦାମ୍ ଯେତିକି ଚର୍ଚ୍ଚାରେ ନୁହେଁ ଯେଉଁ ବ୍ୟାଗ୍ଟି ପକାଇଥିଲେ ତାହା ସବୁଠୁ ଚର୍ଚ୍ଚାରେ ରହିଛି। କରୀନାଙ୍କ ଏହି ବ୍ୟାଗର ଦାମ୍ ୨,୭୫,୦୦୦ଟଙ୍କା। ଯାହାକୁ ଆପଣ ବୋଟେଗା ଭେନେଟାରୁ କିଣିପାରିବେ।
ଏ ତ ଗଲା କରୀନାଙ୍କ ବ୍ୟକ୍ତିଗତ ଜୀବନ କଥା। ତାଙ୍କ ଓ୍ବାର୍କଫ୍ରଣ୍ଟ୍ ବିଷୟରେ ଯଦି କହିବା ତେବେ ସେ ଇର୍ଫାନଙ୍କ ସହ ଫିଲ୍ମ ‘ଇଂରାଜୀ ମିଡିୟମ’ରେ ନଜର ଆସିଥିଲେ। ଚଳିତବର୍ଷ ଅମୀର ଖାନଙ୍କ ସହ ଫିଲ୍ମ ‘ଲାଲ୍ ସିଂହ ଚଢ଼ା’ରେ ତାଙ୍କୁ ଦେଖିବାକୁ ମିଳିବ।