ଫିଲ୍ମ ‘ଲାଲ ସିଂ ଚଢା’ର ଫିମେଲ ଲିଡ ରୋଲ ପାଇଁ ଅଡିଶନ ଦେଇଥିଲେ କରିନା

ମୁମ୍ବାଇ: ଅଭିନେତ୍ରୀ କରିନା କପୁର ଖାଁ ତାଙ୍କ ଅପକମିଂ ଫିଲ୍ମ ଲାଲ ସିଂ ଚଢାକୁ ନେଇ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଏହି ଫିଲ୍ମର ରିଲିଜକୁ ଦର୍ଶକେ ଯେତିକି ଉତ୍ସାହର ସହ ଅପେକ୍ଷା ରଖିଛନ୍ତି ନିଜେ କରିନା ବି ଏହାକୁ ସେତିକି ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । କରିନା ଏବେ ଏହି ଫିଲ୍ମର ପ୍ରମୋଶନରେ ବିଜି ଅଛନ୍ତି । ଏହି ଫିଲ୍ମ ପାଇଁ ସେ ଖୁବ୍ ପରିଶ୍ରମ କରିଥିବା ନିକଟରେ କହିଥିଲେ । ଏଥିରେ ସେ ରୂପା ଭୂମିକାରେ ନଜର ଆସିବେ । ଏବେ ଏହି ଚରିତ୍ରର ଖୁବ୍ ଚଚ୍ଚା ହେଉଛି । ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଫିଲ୍ମର ଫିମେଲ ଲିଡ ଚରିତ୍ରରେ ଅଭିନୟ ପାଇଁ ତାଙ୍କୁ ଅଡିଶନ ଦେବାକୁ ପଡିଥିଲା ଆଉ ଏହା ପରେ ଯାଇ ସେ ମନୋନୀତ ହୋଇଥିଲେ ।

କରିନା ତାଙ୍କର ଏକ ସାକ୍ଷାତ୍‌କାରରେ କହିଥିଲେ କି ଲାଲ ସିଂ ଚଢା ପାଇଁ ତାଙ୍କୁ ଯେଉଁ ରୋଲ ଦିଆଯାଇଥିଲା ସେଥିପାଇଁ ଆମିର ଖାଁ ଓ ତାଙ୍କ ଟିମ୍ ୧୦୦ ପ୍ରତିଶତ ସୁନିଶ୍ଚିତ ହେବାକୁ ଚାହୁଁଥିଲେ କି ସେ ଏଥିପାଇଁ ଫିଟ ଅଛନ୍ତି ନା ନାହିଁ । ଏହି ଅଡିଶନ ପାଇଁ ପତି ଶୈଫ ଅଲି ଖାଁ କରିନାକୁ ପ୍ରୋତ୍ସାହିତ କରିଥିବା ସେ ପ୍ରକାଶ କରିଛନ୍ତି । କରିନା କହିଛନ୍ତି ଅଦୈତ ଓ ଅତୁଲ କୁଲକର୍ଣ୍ଣି ଏହାକୁ ଭଲ ଢଙ୍ଗରେ ଲେଖିଛନ୍ତି । ଆପଣମାନେ ଯେତେବେଳେ ରୂପା ଚରିତ୍ର ଦେଖିବେ , ଏହା ସତକୁ ସତ ଲାଲ ସିଂ ଚଢାର ଆତ୍ମା ବୋଲି କରିନା କହିଛନ୍ତି । କରିନା ଆହୁରି ମଧ୍ୟ କହିଛନ୍ତି ଆଜି କେହି ଷ୍ଟାର ନୁହେଁ ସମସ୍ତେ ଜଣେ ଜଣେ କଳାକାର । ଗ୍ୟାରେଣ୍ଟି ଦିଆଯାଇ ନ ପାରେ ଯେ କାଲି କହାର ଫିଲ୍ମ ୫୦ କୋଟିରେ ଓପନିଂ ହୋଇଯାଇପାରେ । କରିନାଙ୍କ ଏହି ସାକ୍ଷାତ୍‌କାର ଏବେ ସୋସିଆଲ ମିଡିଆରେ ଭଇରାଲ ହେଉଛି ।

Share