ବିଜ୍ଞାପନରୁ ସର୍ବାଧିକ ଆୟ କରିଛନ୍ତି କରିନା-ଅକ୍ଷୟ!

ମୁମ୍ବାଇ: ସମୟ ଥିଲା ଯେତେବେଳେ ବିଜ୍ଞାପନରେ ସବୁଠାରୁ ଆଗରେ ଥିଲେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ । ହେଲେ ୨୦୨୦ରେ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଖିଲାଡି ବୟ ଅକ୍ଷୟ କୁମାର । ଗତବର୍ଷ ଅକ୍ଷୟ ନାୟକ ଭାବେ ସର୍ବାଧିକ ବିଜ୍ଞାପନ କରିଥିବା ବେଳେ ନାୟିକା କରିନା କପୁର ଖାଁ ବି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ଯେବେଠାରୁ କରିନା ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଛନ୍ତି ସେବେଠାରୁ ଓ ପ୍ରତିବର୍ଷ କିଛି ନା କିଛି ମୁଭି ଭେଟି ଦେଇଛନ୍ତି ଦର୍ଶକଙ୍କୁ । ସେମତିି ୨୦୨୦ ପ୍ରାୟ ସମସ୍ତଙ୍କ କ୍ୟାରିୟରରେ ବ୍ରେକ୍ ଲଗାଇଥିବା ବେଳେ କରିନା କିନ୍ତୁ ଏହି ବର୍ଷ ବିଜ୍ଞାପନରୁ ସର୍ବାଧିକ ଆୟ କରିଥିବା କୁହାଯାଏ । ଟେଲିଭିଜନର ୧୦ ପ୍ରତିଶତ ବିଜ୍ଞାପନରେ କରିନା ନଜର ଆସିଥିବା ଜଣାପଡିଛି । କୁହାଯାଏ କରୋନା ମହାମାରୀ ସମୟରେ ହୋଇଥିବା ଲକ୍‌ଡାଉନ ବେଳେ ସମସ୍ତ ସେଲିବ୍ରିଟି ଘରେ ବସିଥିବା ବେଳେ କରିନାଙ୍କୁ କିନ୍ତୁ ବିଜ୍ଞାପନର ଅଫର୍ ମିଳି ଚାଲିଥିଲା । ଏମିତିକି ଗର୍ଭାବସ୍ଥାରେ ବି କରିନା କାମ କରୁଥିବା ଦେଖାଯାଇଛି । ଏହି ସମୟରେ ସେ ଶିଶୁଙ୍କ ଯତ୍ନ ନେବାଭଳି ପ୍ରଡକ୍ଟର ବିଜ୍ଞାପନ କରିଥିବା କୁହାଯାଏ । ବିଜ୍ଞାପନ ବିଶ୍ଳେଷଣ କରୁଥିବା ଏକ ଏଜେନ୍ସି କହିଛି କରିନା କପୁର ଟେଲିଭିଜନ ବିଜ୍ଞାପନର ୧୦ ପ୍ରତିଶତ ନିଜ ନାଁରେ କରିଛନ୍ତି । ଆଉ ତାଙ୍କ ପଛକୁ ରହିଛନ୍ତି କିୟାରା ଆଡଭାନୀ, ଶ୍ରଦ୍ଧା କପୁର, ଆଲିଆ ଭଟ୍ଟ ଓ ଅନୁଷ୍କା ଶର୍ମା । ସେହିପରି ଅକ୍ଷୟ କୁମାର ୧୬ ପ୍ରତିଶତ ବିଜ୍ଞାପନରେ ନଜର ଆସିଥିବା କହିଛି ଉକ୍ତ ଏଜେନ୍ସି । ୨୦୨୦ରେ ଅକ୍ଷୟ ଅମିତାଭ ବଚ୍ଚନ, ରଣବୀର ସିଂ, ଶାହାରୁଖ ଖାଁ, ବରୁଣ ଧୱନଙ୍କୁ ପଛରେ ପକାଇ ଦେଇଛନ୍ତି ।

Share