ଗର୍ଭାବସ୍ଥାର ଶେଷ ମାସରେ ଏମିତି ନାଚୁଛନ୍ତି ବେବୋ, ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖୁବଶୀଘ୍ର ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ସେ ବର୍ତ୍ତମାନ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହା ସହିତ ସେ ନିଜ କାମ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି।
ବର୍ତ୍ତମାନ ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ନାଚୁଥିବା ନଜର ଆସିଛନ୍ତି। କରିନା ହାଇନେକ୍‌ ଟପ ଏବଂ ସେୁନେଲି ରଙ୍ଗର ସ୍କର୍ଟ ପିନ୍ଧି ନାଚୁଥିବା ନଜର ଆସିଛନ୍ତି। ତେବେ କରିନା ଫିଲ୍ମ ‘ଲାଲ ସିଂ ଚଢା’ ଶୁଟିଂ ଶେଷ କରିସାରିଛନ୍ତି।
ଅନ୍ୟପକ୍ଷରେ କରିନା ଏବେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି । ନିକଟରେ ସେ ବେବିବମ୍ପ ସହ ଏକ ଫଟୋ ଶେୟାର କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

 

Share