୪୧୩ କୋଟି ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ସ୍ବାମୀଙ୍କ ଘରେ ରହୁଥିଲେ ହେଁ…

ବମ୍ବେ: ପରିବାରକୁ ଗୁରୁତ୍ୱ ଦେଇ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସେ। ହେଲେ ଦିନ ଥିଲା ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଥିଲେ ସେ। ହାତରେ ଥିଲା ଗୋଟିଏରୁ ବଳି ଗୋଟିଏ ଫିଲ୍ମ। ହେଲେ ପ୍ରଥମେ ବିବାହ ଏବଂ ପରେ ପ୍ରଥମ ସନ୍ତାନ ଜନ୍ମ ପରେ ଫିଲ୍ମ କରିବା କମ୍‌ କରିଦେଇଥିଲେ ସେ। ଏବେ ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ସେ ପୁଣି କେବେ ଫେରିବେ ତାହା ସ୍ପଷ୍ଟ ହୋଇନାହିଁ। ଆମେ କଥା ହେଉଛି ବଲିଉଡ୍‌ର ବେବୋ ଓରଫ କରିନା କପୁର ଖାନଙ୍କ ବିଷୟରେ।

ଦମ୍‌ଦାର ଅଭିନୟରେ ଦର୍ଶକଙ୍କୁ ପାଗଳ କରିଥିବା କରିନା କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣି। ରୋଜଗାର ଏବଂ ସମ୍ପତ୍ତି ମାମଲାରେ ସ୍ବାମୀ ସୈଫଙ୍କଠାରୁ ସେ କୌଣସି ଗୁଣରେ କମ୍‌ ନୁହନ୍ତି। ଫିଲ୍ମ ପିଛା ମୋଟା ଅଙ୍କର ପାଉଣା ନେଉଥିବା କରିନା ଏକୁଟିଆ ୪୧୩ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ।

ଫିଲ୍ମରୁ ଦୂରେଇ ଥିଲେ ହେଁ କରିନା ବର୍ଷକୁ ୭୩ କୋଟି ଟଙ୍କା ରୋଜଗାର କରିଥାନ୍ତି। ସେ ସ୍ବାମୀ ସୈଫଙ୍କ ଘରେ ରହୁଥିଲେ ହେଁ ତାଙ୍କର ଅନେକ ଘର ବମ୍ବେରେ ରହିଛି। ସେଥିରୁ ବାନ୍ଦ୍ରାର ଫର୍ଚୁନ ହାଇଟ୍ସରେ ୪ ବିଏଚ୍‌କେ ଆପାର୍ଟମେଣ୍ଟ ଗୋଟିଏ। ଘର ଛଡ଼ା ଦାମୀ ଗାଡ଼ିର ସଉକ ରଖିଛନ୍ତି କରିନା। ୧.୪୦ କୋଟିର ମର୍ସଜିଜ୍‌ ସହ ଅଡି, ରେଞ୍ଜ ରୋଭର ଭଳି ଗାଡ଼ି ତାଙ୍କର ରହିଛି।

ଆଜି କରିନାଙ୍କ ଜନ୍ମଦିନ ହୋଇଥିବା ବେଳେ ସେ ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ବୟସାଧିକ ହୋଇଥିଲେ ହେଁ ତାଙ୍କ ମୁହଁରେ ବୟସର ଛାପ ଜଣାପଡେ ନାହିଁ। ତେବେ ଜନ୍ମଦିନ ଉପଲକ୍ଷେ ବେବୋଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share